କଳାହାଣ୍ଡି: ମାଇକ୍ରୋଫାଇନାନ୍ସ କର୍ମଚାରୀଙ୍କଠାରୁ ଲୁଟ ବେଳେ ଧରାପଡ଼ିଲେ ୧୨ଲୁଟେରା

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ା ଥାନା ପୁଲିସ ଗୁରୁବାର ୧୨ଜଣ ଲୁଟେରାଙ୍କୁ ଗିରଫ କରିଛି। ଗିରଫ ଲୁଟେରାଙ୍କ ନାମରେ ଜୁନାଗଡ଼ା ଥାନାରେ୫ଟି, ଗୋଲାମୁଣ୍ଡା ଥାନାରେ ୩ଟି, ଧରମଗଡ଼ ଥାନାରେ ୨ଟି, ଜୟପଟନା ଥାନାରେ ୩ଟି ମାମଲା ଗତ ୬ମାସ ହେବ ରାସ୍ତାରେ ମାଇକ୍ରୋଫାଇନାନ୍ସଙ୍କ ଠାରୁ ଲୁଟେରା ଲୁଟ କରୁଥିବା ନେଇ ଅଭିଯୋଗ ହୋଇଥିଲା। ତେବେ ଏନେଇ ଜୁନାଗଡ଼ା ଥାନା ପୁଲିସ ଲୁଟେରାଙ୍କ ସମ୍ପର୍କରେ ବିଶେଷ ସୂତ୍ରରୁ ସୂଚନା ପାଇ ସେମାନଙ୍କ ଉପରେ ଗୁରୁବାର ଆକସ୍ମିକ ଚଢ଼ଉ କରିଥିଲେ।

ଚଢ଼ଉ ସମୟରେ ପୁଲିସ ୧୨ଜଣ ଲୁଟେରାଙ୍କୁ କାବୁ କରିଥିବା ବେଳେ ୨ଜଣ ଲୁଟେରା ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ସେମାନଙ୍କୁ ଧରିବା ପାଇଁ ପୁଲିସ ଅନୁସନ୍ଧାନ ଚଳାଇଛି। ୧୨ଲୁଟେରାଙ୍କ ଠାରୁ ପୁଲିସ ସର୍ବମୋଟ ୩୨,୫୦୦ଟଙ୍କା, ନକଲି ବନ୍ଧୁକ, ଭୁଜାଲି, ମୋବାଇଲ ଫୋନ ଓ ୭ଟି ବାଇକ୍‌ ଜବତ କରିଛି ବୋଲି କଳାହାଣ୍ଡି ଏସ୍‌ପି ମାଡକର ସନ୍ଦୀପ ସମ୍ପତ୍‌ ଏକ ସାମ୍ବାଦିକ ସମ୍ମିଳନୀରେ ଆଜି ସୂଚନା ଦେଇଛନ୍ତି। ଜବତ ବାଇକ୍‌ ମଧ୍ୟରେ ହୋଣ୍ଡା ସାଇନ୍‌, ୩ଟି ବାଜାଜ୍‌ ପଲସର, ଟିଭିଏସ୍‌ ଷ୍ଟାର, ହୋଣ୍ଡା ସିବି ସାଇନ୍‌ ଓ ଟିଭିଏସ୍‌ ଆପାଚିରହିଛି।

ସମ୍ବନ୍ଧିତ ଖବର