ଝିଅ ବାହାଘର ଭୋଜିରେ ଖର୍ଚ୍ଚ ହୋଇଥିବା ଟଙ୍କା ଶୁଝିବା ପାଇଁ ବ୍ୟାଙ୍କରୁ ଟଙ୍କା ଉଠାଇ ଫେରୁଥିବା ବେଳେ ନିର୍ବାହୀ ଅଧିକାରୀ ଲୁଟର ଶିକାର

ରାୟଗଡା: ସୋମବାର ଅପରାହ୍ନରେ ରାୟଗଡା ପୁଟାସିଂ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ନିକଟରୁ ଦୁର୍ବୃତ୍ତ ୨ ଲକ୍ଷ ଟଙ୍କା ଲୁଟି ନେଇ ଚମ୍ପଟ ମାରିଥିବା ଅଭିଯୋଗ ହୋଇଛି।

ସୂଚନାଯୋଗ୍ୟ, ରାୟଗଡା ପୁଟାସିଂ ପଞ୍ଚାୟତ ନିର୍ବାହୀ ଅଧିକାରୀ ବଳରାମ ମହାପାତ୍ର ଆଜି ଗୁଣପୁର ଷ୍ଟେଟ ବ୍ୟାଙ୍କକୁ ଟଙ୍କା ଉଠାଇବାକୁ ଯାଇଥିଲେ। ସେଠାରୁ ମହାପାତ୍ର ଟଙ୍କା ଉଠାଇ ଫେରୁଥିବା ନେଇ ଦୁର୍ବୃତ୍ତ କୌଣସି ଉପାୟରେ ଠଉରାଇ ନେଇଥିଲେ।

ବଳରାମ ମହାପାତ୍ର ବ୍ୟାଙ୍କରୁ ଏକ ବାଇକ ଯୋଗେ ଘରକୁ ଫେରୁଥିବା ସମୟରେ ଏକା ଦେଖି ପଲସରରେ ଦୁର୍ବୃତ୍ତ ଆସି ତାଙ୍କୁ ଧମକଚମକ ଦେଇ ଟଙ୍କା ବ୍ୟାଗ ଛଡ଼ାଇ ନେଇ ଯାଇଥିଲେ। ଏହାପରେ ସେ ଗୁଣପୁର ଥାନାରେ ପହଞ୍ଚି  ଲୁଟର ଶିକାର ହୋଇଥିବା ନେଇ ଅଭିଯୋଗ କରିଥିଲେ। ମହାପାତ୍ରଙ୍କ ଅଭିଯୋଗ ପରେ ଦୁର୍ବୃତ୍ତଙ୍କୁ ଧରିବା ପାଇଁ ଗୁଣପୁର ପୁଲିସ ତନାଘନା ଆରମ୍ଭ କରି ଦେଇଛି।

ତେବେ ୮ ଦିନ ତଳେ ନିର୍ବାହୀ ଅଧିକାରୀ ବଳରାମ ମହାପାତ୍ର ଝିଅ ବାହାଘର କରିଥିଲେ। ଭୋଜି ବାବଦରେ ଖର୍ଚ୍ଚ ହୋଇଥିବା ଟଙ୍କା ଶୁଝିବା ପାଇଁ ସେ ଆଜି ବ୍ୟାଙ୍କକୁ ଟଙ୍କା ଉଠାଇବାକୁ ଆସିଥିଲେ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର