କେନ୍ଦୁଝର: ମିଠା କିଣିବା ମହଙ୍ଗା ପଡିଲା, ୧ଲକ୍ଷ ୭୫ହଜାର ଟଙ୍କା ଭର୍ତ୍ତି ଥିବା ବ୍ୟାଗ ଝାମ୍ପି ନେଲେ ଦୁର୍ବୃତ୍ତ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଅଞ୍ଚଳରେ ସୋମବାର ଅପରାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। ମିଠା କିଣିବାକୁ ଯାଇଥିବା ଦୁଇଜଣ ବ୍ୟକ୍ତିଙ୍କ ଠାରୁ ଦୁଇ ଜଣ ଦୁର୍ବୃତ୍ତ ଟଙ୍କା ବ୍ୟାଗ ଝାମ୍ପି ନେଇ ଚାଲିଯାଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ପରେ ଘଷିପୁରା ଥାନା ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।  ଲୁଟେରାଙ୍କୁ କାବୁ କରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭିକୁ ଯାଞ୍ଚ କରୁଛି।

ସୂଚନାଯୋଗ୍ୟ, ଅଙ୍ଗନୱାଡ଼ି ବିଲ୍‌ଡିଂ ନିର୍ମାଣ ପାଇଁ ଏକାଦଶୀ ମହାରଣା ଓ ତାଙ୍କ ସାଥୀ ବାଇକରେ ଆନନ୍ଦପୁର ଯାଇଥିଲେ। ସେଠାରୁ ସେମାନେ ଷ୍ଟେଟ୍‌ ବ୍ୟାଙ୍କରୁ ୧ ଲକ୍ଷ ୭୫ ହଜାର ଟଙ୍କା ଉଠାଇ ଘରକୁ ଫେରୁଥିବା ସମୟରେ ଘଷିପୁରା ଛକ ନିକଟ ରାସ୍ତା ପାର୍ଶ୍ୱରେ ଗାଡ଼ି ଅଟକାଇ ଦୋକାନରେ ମିଠା କିଣିବା ପାଇଁ ଛିଡା ହୋଇଥିଲେ। ଏହି ସମୟରେ ଦୁଇ ଜଣ ଦୁର୍ବୃତ୍ତ ଦ୍ରୁତଗତିରେ ଏକ ବାଇକ୍‌ରେ ଆସି ଉକ୍ତ ବ୍ୟକ୍ତିଙ୍କଠାରୁ ଟଙ୍କା ବ୍ୟାଗ ଝାମ୍ପି ନେଇ ଚମ୍ପଟ  ହୋଇଯାଇଥିଲେ।

ସମ୍ବନ୍ଧିତ ଖବର