ଭଦ୍ରକ: ପ୍ରେମ ପାଇଁ ବିଷପାନ କରିବା ପରେ ୨ ଜଣ ଯୁବକ-ଯୁବତୀଙ୍କୁ ବୁଧବାର ଭଦ୍ରକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ ଯାଜପୁର ଜିଲ୍ଲାର କୋରେଇ ଅଂଚଳର ଜଣେ ଯୁବକ ରାଜ୍ ଖାନ ଜଣେ ଯୁବତୀଙ୍କୁ ଭଲ ପାଉଥିଲେ। ଉଭୟ କିଛି ଦିନ ହେବ ଫେରାର ହୋଇଯାଇ ଭଦ୍ରକ ଟାଉନ୍ ଥାନା ଅନ୍ତର୍ଗତ ନଙ୍ଗାମହଲା ଅଂଚଳରେ ରହୁଥିଲେ।
ଯୁବତୀଙ୍କର ପରିବାର ଲୋକେ କୌଣସି ସୂତ୍ରରୁ ସୂଚନା ପାଇଁ ଆଜି ନଙ୍ଗାମହଲା ପହଂଚିଥିଲେ। ପରିବାର ଲୋକେ ପୁଲିସ ସହାୟତାରେ ଯୁବତୀଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରୁଥିବା ବେଳେ ପ୍ରେମୀଯୁଗଳ ବିଷପାନ କରିଦେଇଥିଲେ।
ବିଷପାନ କରିବା ପରେ ଉଭୟଙ୍କୁ ଭଦ୍ରକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରିପୋର୍ଟ ଲେଖାଯିବା ବେଳକୁ ସେମାନଙ୍କର ଅବସ୍ଥା ଗୁରୁତର ଅଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/love-couple-.jpg)