ଜୟପୁର: ବିଷ ପିଇଲେ ନାବାଳକ ପ୍ରେମୀଯୁଗଳ, ପ୍ରେମିକାର ମୃତ୍ୟୁ

ଜୟପୁର: ଆଜି ସକାଳେ ବିଫଳ ପ୍ରେମର କରୁଣ ପରିଣତି ଦେଖିବାକୁ ମିଳିଛି ଜୟପୁରରେ। ନାବଳକ ପ୍ରେମୀଯୁଗଳ ସେମାନଙ୍କ ପ୍ରେମର ସଫଳତା ନେଇ ଆତଙ୍କିତ ହେବା ପରେ ଆତ୍ମହତ୍ୟା ପରି କଠୋର ନିଷ୍ପତ୍ତି ନେଇ ବିଷ ପିଇ ଦେଇଛନ୍ତି। ତେବେ ବିଷକ୍ରିୟାରେ ନାବାଳିକା ପ୍ରେମିକାର ମତ୍ୟୁ ଘଟିଥିବା ବେଳେ ପ୍ରେମିକ ଜଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛିି।
ମିଳିଥିବା ସୂଚନା ଅନୁଯାୟୀ, କୋରାପୁଟ ସଦର ଥାନା ଅନ୍ତର୍ଗତ ଭୁଟୁରି ପଞ୍ଚାୟତର କେରାପୁଟ ଗାଁର ଜଣେ ୧୭ ବର୍ଷୀୟା ଯୁବତୀଙ୍କୁ କୋରାପୁଟ ଜିଲ୍ଲା କୁନ୍ଦୁରା ଥାନା ଅନ୍ତର୍ଗତ କୁନ୍ଦୁରା ଗାଁର ଜଣେ ୧୭ ବର୍ଷୀୟ ନାବଳକ ଭଲ ପାଉଥିଲେ। ଏହି ପ୍ରେମୀଯୁଗଳ ପରସ୍ପରକୁ ବିବାହ କରିବାକୁ ଚାହୁଁଥିବା ବେଳେ ସେମାନଙ୍କ ବିବାହରେ ଜାତିଗତ ବୈଷମ୍ୟ ବାଧକ ସାଜିଥିଲା। ତେବେ ଗତକାଲି ରାତିରେ ପ୍ରେମିକ ଜଣକ ପ୍ରେମିକାଙ୍କ ଗାଁକୁ ଆସିଥିଲେ। ଉଭୟ ବିବାହ ପାଇଁ ଚାହଁଥିଲେ ମଧ୍ୟ ଜାତିଗତ କାରଣରୁ ଏହା ସମ୍ଭବ ହୋଇ ପାରୁ ନ ଥିବାରୁ ସେମାନେ ଆତ୍ମହତ୍ୟା କରିବା ପାଇଁ ନିଷ୍ପତ୍ତି ନେଇ ପ୍ରେମିକାର ଗାଁ ମୁଣ୍ଡରେ ବିଷ ପିଇ ଦେଇଥିଲେ। ଆଜି ସକାଳେ ଉଭୟଙ୍କୁ ମୁମୁର୍ଷୁ ଅବସ୍ଥାରେ ଗାଁ ମୁଣ୍ଡରୁ ଉଦ୍ଧାର କରି ଗାଁ ଲୋକେ ଜୟପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ଡାକ୍ତର ପ୍ରେମିକାଙ୍କୁ ମୃତ ଘୋଷଣା କରିଥିବା ବେଳେ ପ୍ରେମିକ ଜଣକ ଗୁରୁତର ଅବସ୍ଥାରେ ଚିକତ୍ସିତ ହେଉଛନ୍ତି।

ସମ୍ବନ୍ଧିତ ଖବର