ସୁପ୍ରିମକୋର୍ଟ ନିର୍ଦ୍ଦେଶ ନେଇ ଛତିଶା ନିଯୋଗ ବୈଠକ: ହୋର୍ଡିଂରେ ରହିବ ଅବଢ଼ାର ମୂଲ୍ୟ ତାଲିକା

ପୁରୀ: ଶ୍ରୀମନ୍ଦିରରେ ପ୍ରଚଳିତ ବିଧିବ୍ୟବସ୍ଥାରେ ପରିବର୍ତ୍ତନ ନେଇ ସୁପ୍ରିମ୍‌କୋର୍ଟ ଜାରି କରିଥିବା ନିର୍ଦ୍ଦେଶାବଳୀ ଉପରେ ସୋମବାର ଛତିଶାନିଯୋଗ ବୈଠକରେ ଆଲୋଚନା ହୋଇଛି। ଶ୍ରୀମନ୍ଦିରର ମୁଖ୍ୟପ୍ରଶାସକ ପ୍ରଦୀପ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସମୁଦାୟ ୧୨ଟି ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ଏଥିମଧ୍ୟରୁ ୯ଟି ପ୍ରସଙ୍ଗରେ ଶ୍ରୀଜଗନ୍ନାଥ ମନ୍ଦିରର ସେବାୟତମାନେ ସହମତି ପ୍ରକାଶ କରିଛନ୍ତି। ସୋମବାର ଅପରାହ୍ନରେ ଅନୁଷ୍ଠିତ ଏହି ବୈଠକରେ ନିଷ୍ପତ୍ତି ହୋଇଛି କି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶମୁତାବକ ଏକ ବଡ଼ ହୋର୍ଡଂ ଲଗାଯାଇ ସେଥିରେ ଅବଢ଼ାର ମୁଲ୍ୟ ସୂଚୀ ଲେଖାଯିବ। ଏଥିସହ ଶ୍ରୀମନ୍ଦିର ବାହାରେ ଭକ୍ତ ଶ୍ରଦ୍ଧାଳୁଙ୍କ ଲାଗି ଶୌଚାଳୟ ନିର୍ମାଣ କରାଯିବ। ବୈଠକ ପରେ ମୁଖ୍ୟପ୍ରଶାସକ ଏହି ସୂଚନା ପ୍ରଦାନ କରିଛନ୍ତି। ଏଥିସହିତ ମହାପ୍ରସାଦର ମାନ ନିର୍ଦ୍ଧାରଣ ପରେ ହିଁ ମୂଲ୍ୟ ନିର୍ଦ୍ଧାରଣ ହେବ।

ଅନ୍ୟପକ୍ଷରେ ବଂଶାନୁକ୍ରମିକ ସେବା ପରିବର୍ତ୍ତେ ଯୋଗ୍ୟତା ଭିତ୍ତିକ ସେବାର ପ୍ରଚଳନରେ ସହମତି ପ୍ରକାଶ ପାଇନାହିଁ। ଦାନ-ଦକ୍ଷିଣା ବାରଣ ଓ ଶ୍ରୀମନ୍ଦିର ଆକ୍ଟରେ ସଂଶୋଧନ ପସଙ୍ଗରେ ମଧ୍ୟ ସହମତି ପ୍ରକାଶ ପାଇନାହିଁ। ଏଭଳି ତିନୋଟି ପ୍ରସଙ୍ଗରେ ପୁର୍ନବିଚାର ଲାଗି ସୁପ୍ରିମକୋର୍ଟଙ୍କ ଦ୍ୱାରା ମନୋନୀତ ଆମିକକସ୍‌ କ୍ୟୁରିଙ୍କ ଜରିଆରେ ସର୍ବୋଚ୍ଚ ଅଦାଲତଙ୍କୁ ଅନୁରୋଧ କରାଯିବ।

ସମ୍ବନ୍ଧିତ ଖବର