ଭାଙ୍ଗିଗଲା ହରିହର ଜୋର ମୁଖ୍ୟ କେନାଲ, ଡ୍ୟାମ ଗେଟ ବନ୍ଦ, ଚାଷ ପ୍ରଭାବିତ ହେବା ଆଶଙ୍କା

ଉଲୁଣ୍ଡା: ସୁବର୍ଣ୍ଣପୁର ଜିଲ୍ଲା ହରିହର ଜୋର ଠେଁଗୋ ଡ୍ୟାମ ଜଳସେଚନ ପ୍ରକଳ୍ପରୁ  ଆସୁ ଥିବା ମୁଖ୍ୟ କେନାଲ ଖୁଣ୍ଟଲାପାଲି ଗ୍ରାମ ନିକଟରେ ଭାଙ୍ଗି ଯାଇ ଘାଇ ସୃଷ୍ଟି ହୋଇଛିl କେନାଲ ଭାଙ୍ଗି ଯିବା ଯୋଗୁଁ  ଡ୍ୟାମରୁ ପାଣି ବନ୍ଦ କରାଯାଇଛି l ମୁଖ୍ୟ କେନାଲରୁ  ଶାଖା କେନାଲକୁ ପାଣି ଯାଉ ନାହିଁ l ବିଭାଗ ଏ ନେଇ ତାର ପ୍ରତିକାର କରୁ ନାହିଁ ଯାହାକି ଚାଷୀ ବାଧ୍ୟ୍ୟ ହୋଇ କାଠ ବାଡ଼ ଦେଇ ମୁଖ୍ୟ କେନାଲରୁ ଜମିକୁ ପାଣି ନେଉଛି l ଆଗାମୀ ଦିନରେ କେନାଲ ଭାଙ୍ଗିଯିବl ସମ୍ଭାବନା ଦେଖା ଦେବ ଏହା ପୂର୍ବରୁ କୁହାଯାଉଥିଲା, ଯାହାକି  ଆଜି ଏକଥା ସତରେ ପରିଣତ ହୋଇଛି l

ସୂଚନା ଅନୁସାରେ ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀ ସମୀର ସିଂ ବୀରମହାରାଜପୁରରେ ଓ  କାର୍ଯ୍ୟ ନିର୍ବାହୀ ଅଧିକାରୀ ଦିଲୀପ ପାତ୍ର ବଲାଙ୍ଗୀରରେ ରହୁ ଥିବାରୁ ହରିହର ଜୋର କେନାଲର ପାଣି ସୁପରିଚାଳନା ଠିକ ଭାବେ ହୋଇପାରୁ ନାହିଁ । ବିଭାଗୀୟ ଅବହେଳା କାରଣରୁ କେନାଲ ଭାଙ୍ଗି ଗଲା ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି ।

ଏହି କେନାଲକୁ ଭରସା କରି  ଉପର ମୁଣ୍ଡରୁ ତଳ ମୁଣ୍ଡ ପର୍ଯନ୍ତ ଚାଷୀ ଚାଷ କରି ଥିବା ବେଳେ ମୁଖ୍ୟ କେନାଲରୁ ଶାଖା କେନାଲକୁ ପାଣି ଯିବା ପାଇଁ ଚାଷୀ କେନାଲକୁ କାଠବlଡ଼ ଦେଇ ଅବରୋଦ କରି ଉଚ୍ଚ ସ୍ଥାନରେ ଥିବା ଜମିକୁ ପାଣି ମଡ଼ାଉଛି l ମୁଖ୍ୟ କେନାଲ ଉପର ମୁଣ୍ଡରୁ ତଳ ମୁଣ୍ଡ ପର୍ଯନ୍ତ  ୨୦ଟି ସ୍ଥାନରେ କାଠ ବାଡ଼ ଦେଇ ଚାଷୀ ପାଣି ଶାଖା କେନାଲ ମାଧ୍ୟମରେ ଜଳ ସେଚନ କରୁଛି l ବିଶେଷ କରି କେନାଲର ସମସ୍ୟା ବୁଝିବା ପାଇଁ ଯନ୍ତ୍ରୀ  ହରିହର ଜୋର ଡ୍ୟାମରେ ରହିବା କଥା କିନ୍ତୁ ବୀରମହାରାଜପୁର ଠାରେ ରହୁଛନ୍ତି l ମୁଖ୍ୟଯନ୍ତ୍ରୀ ଦିଲୀପ ପାତ୍ର ବଲାଙ୍ଗୀରରେ ରହୁଛନ୍ତି l ଯାହା ଫଳରେ କେନାଲର ସମସ୍ୟା ସୁଧାର କରିବା ପାଇଁ କେହି ନାହାନ୍ତି l ଏହି କେନାଲ ଉନ୍ନତିକରଣ ପାଇଁ  ଓସିସି ଦାୟିତ୍ୱ ନେଇ ଥିଲା ଓ ସର୍ବମୋଟ  ୮୧ କୋଟି ଟଙ୍କା ଖର୍ଚ୍ଚ ହୋଇ ସାରିଲାଣି  ତଥାପି ଠିକ ହୋଇ ପାରୁ ନାହିଁ l

ସମ୍ବନ୍ଧିତ ଖବର