ଖୋଲିଲା ମା’ ମଝି ଘରିଆଣୀଙ୍କ ହୁଣ୍ଡି, ଭକ୍ତଙ୍କ ଦାନରୁ ମିଳିଛି ୫୨, ୧୩, ୭୯୦ ଟଙ୍କା, ୪୦ ଗ୍ରାମ ସୁନା ଓ ୨କେଜି ୨୦ ଗ୍ରାମ ରୁପା

ରାୟଗଡ଼ା: ରାୟଗଡ଼ା ଅଧିଷ୍ଠାତ୍ରୀ ଦେବୀ ମା’ ମଝି ଘରିଆଣୀଙ୍କ ହୁଣ୍ଡିକୁ ମଙ୍ଗଳବାର ଖୋଲା ଯାଇଥିଲା। ହୁଣ୍ଡି ଗଣତି ପରେ ୫୨, ୧୩, ୭୯୦ ଟଙ୍କା, ୪୦ ଗ୍ରାମ ସୁନା, ୨କେଜି ୨୦ ଗ୍ରାମ ରୁପା ମିଳିଛି। ଟଙ୍କା ଓ ସୁନାକୁ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କରେ ଡିପୋଜିଟ କରାଯାଇଛି। ତେବେ ପ୍ରତିବର୍ଷ ମା’ ମଝି ଘରିଆଣିଙ୍କ ହୁଣ୍ଡି ଗଣତି ହୋଇଥାଏ। ଚଳିତ ବର୍ଷ ପ୍ରଥମ ଥର ପାଇଁ ମା’ ମଝିଘରିଆଣୀଙ୍କ ହୁଣ୍ଡି ଖୋଲା ଯାଇ ଏହି ଗଣତି କରାଯାଇଥିଲା। ମନ୍ଦିର ଟ୍ରଷ୍ଟ ରାଇସିଂ ବିଡିକା, ସଦସ୍ୟ ରାଧା କୃଷ୍ଣ ଦଳେଇ, ବସୁ ବାବୁ ମା’ଙ୍କ ହୁଣ୍ଡିରୁ ଟଙ୍କା ଗଣତି ସମୟରେ ଉପସ୍ଥିତ ଥିଲେ। ମା’ ମଝି ଘରିଆଣିଙ୍କ ହୁଣ୍ଡିରୁ ଟଙ୍କା ଗଣିବା କାର୍ଯ୍ୟରେ ବ୍ୟାଙ୍କ ଷ୍ଟାଫ୍‌, ସତ୍ୟ ସାଇ ମନ୍ଦିର ସେବକ, ରାୟଗଡ଼ା କଲେଜ ଛାତ୍ରଛାତ୍ରୀ ନିୟୋଜିତ ହୋଇଥିଲେ।

ସମ୍ବନ୍ଧିତ ଖବର