ମାଲକାନଗିରି: ଏସଓଜି-ମାଓବାଦୀ ଗୁଳି ବିନିମୟରେ ମୃତ୍ୟୁ ହୋଇଥିବା ୫ ମାଓବାଦୀଙ୍କ ମଧ୍ୟରୁ ୩ ଜଣଙ୍କ ପରିଚୟ ମିଳିଲା

ମାଲକାନଗିରି: ମାଲକାନଗିରି ଜିଲ୍ଲା କାଲିମଳା ବ୍ଲକ୍‌ ଅନ୍ତର୍ଗତ ଭେଜଙ୍ଗଓ୍ଵାଡ଼ାସ୍ଥିତ ସୁଧାପଣ୍ଡା ଜଙ୍ଗଲରେ ମାଓବାଦୀ-ପୁଲିସ ଗୁଳି ବିନିମୟରେ ୫ ଜଣ ମାଓବାଦୀଙ୍କର ମୃତ୍ୟୁ ଘଟିଥିଲା । ଏହି ୫ ମାଓବାଦୀଙ୍କ ମଧ୍ୟରୁ ୩ଜଣଙ୍କ ପରିଚୟ ମିଳିଛି।  ସେମାନେ  ହେଲେ  କାଲିମେଳା ପୁଲିସ ଷ୍ଟେସନ୍‌ ଅନ୍ତଗର୍ତ ରାଜୁଲକୋଣ୍ଡାର ଉନ୍‌ଗୋ କାଲିମେଳା ଦଲମ୍‌ର କାଡର ଉନ୍‌ଗୋ ସୋଧି ଓରଫ କ୍ରିତି ଓ ମାସେ ମାଧି ଓରଫ ସୁନି।  ସେହିପରି ମୃତ ମହିଳା ମାଓବାଦୀର ସୀମା କେନ୍ଦ୍ରୁକା ଓରଫ ରୁପି ଓରଫ ସୁଶିଲା ବି କାଲିମେଳା ଦଲମ୍‌ର ସଦସ୍ୟ ଥିବା ଜଣାପଡ଼ିଛି।

ତେବେ ଏହି ଅପରେସନ୍‌ରେ ଏସଓଜି ଯବାନମାନେ ମାଓ ଶିବିରକୁ ଧ୍ୱସ୍ତବିଧ୍ୱସ୍ତ କରି ଦେଇଥିବା ସୂଚନା ମିଳିଛି। ଏହା ସହିତ ସେଠାରୁ ଏସଏଲଆର, ଇନସାସ୍‌ ଓ ଥ୍ରି ନଟ ଥ୍ରି ବନ୍ଧୁକ ମଧ୍ୟ ପୁଲସବାହିନୀ ଜବତ କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, କାଳିମେଳା ଦଲମ୍‌ର ମାଓନେତା ରଣଦେବ ସୁଧାପଣ୍ଡା ଜଙ୍ଗଲରେ କ୍ୟାମ୍ପ କରି ବୈଠକ କରୁଥିବା ନେଇ ମାଲକାନଗିରି ଏସ୍‌ପି ଜଗମୋହନ ମୀନାଙ୍କୁ ଠୋସ ସୂଚନା ମିଳିଥିଲା। ଏହି ସୂଚନା ଆଧାରରେ ଏସ୍‌ପି ଶ୍ରୀ ମୀନା ୨ଟି ଟିମରେ ମୋଟ୍‌ ୬୦ ଜଣ ଏସଓଜି ଯବାନଙ୍କ ସହିତ ଅନ୍ୟ ଫୋର୍ସର ନେତୃତ୍ୱ ନେଇ ସୁଧାପଣ୍ଡା ଜଙ୍ଗଲ ଭିତରେକୁ କମ୍ବିଂ ପାଇଁ ଯାଇଥିଲେ। ତେବେ ସୁଧାପଣ୍ଡା ଜଙ୍ଗଲର ଭେଜଙ୍ଗଓ୍ଵାଡ଼ା ନିକଟରେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା।  ତେବେ କାଳିମେଳା ଦଲମ୍‌ର ମାଓନେତା ରଣଦେବ ସେଠାରୁ ଖସିଯିବାକୁ ସକ୍ଷମ ହୋଇଥିବା ବେଳେ ପୁଲିସ ଗୁଳିରେ ୫ ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଛି।

ସମ୍ବନ୍ଧିତ ଖବର