ମାଲକାନଗିରି: ଏମଭି ୭୯ ଗ୍ରାମରୁ ବାପା-ଝିଅଙ୍କ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଏମଭି ୭୯ ଗ୍ରାମରେ ବାପା ଓ ଝିଅଙ୍କ ଝୁଲନ୍ତା ମୃତଦେହକୁ ପୁଲିସ ମଙ୍ଗଳବାର ଜବତ କରିଛି।

ସୂଚନାଯୋଗ୍ୟ, କାଲିମେଳା ବ୍ଲକ୍‌ର ଏମଭି ୧୧୨ ଗ୍ରାମର ସପନ ସରକାରଙ୍କ ତାଙ୍କ ଝିଅ ଅଞ୍ଚଳି ସରକାରଙ୍କ ବିବାହ ଏମଭି ୭୯ ଗ୍ରାମରେ କରାଇଥିଲେ। ତେବେ ବାପା ଝିଅ ଘରୁକୁ ବୁଲିବାକୁ ଆସିଥିଲେ। ଢ଼େର ସମୟ ଧରି ଘରୁ କେହି ନବାହାରିବା ଦେଖି ସ୍ଥାନୀୟଲୋକେ ଘର ଭିତରକୁ ଗଲା ବେଳକୁ ଘରର ପ୍ରଥମ ବଖରାରେ ବାପା ଓ ଦ୍ୱିତୀୟ ବଖରାରେ ଝିଅର ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖି ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ବାପା-ଝିଅଙ୍କ ମୃତଦେହକୁ ଉଦ୍ଧାର କରିଛି। ତେବେ ଏହି ଘଟଣା ହତ୍ୟା ନା ଆତ୍ମହତ୍ୟା ତାହା ଏଯାବତ୍‌ ସ୍ପଷ୍ଟ ହୋଇପାରି ନାହିଁ। ପୁଲିସ ତଦନ୍ତ ଆରମ୍ଭ କରିଥିଲା ବେଳେ ପୁଅ ଘର ଲୋକ ଫେରାର ଅଛନ୍ତି।

ସମ୍ବନ୍ଧିତ ଖବର