ମାଲକାନଗିରି: ମୋଦିଙ୍କ ସଫଳତାରେ ମୋଦିପ୍ରେମୀଙ୍କ ଖୁସି କହିଲେ ନସରେ । ବିଜୟ ପରେ ମୋଦିଙ୍କ ପ୍ରଶଂସକ ବିଭିନ୍ନ ଢ଼ଙ୍ଗରେ ଉତ୍ସବ ମନାଉଛନ୍ତି । ମୋଦିଙ୍କ ବିଜୟରେ ଝୁମି ଉଠୁଛନ୍ତି ଲୋକେ । କିଏ ମିଠା ବାଣ୍ଟି ଖୁସି ତ କିଏ ମୋଦିଙ୍କ ନାମ ଛାତିରେ ଲେଖୁଛି। ପୁଣି ଆଉ କିଏ ଲୋକସଭା ନିର୍ବାଚନରେ ସଫଳତା ପାଇଁ ମୋଦିଙ୍କ ସିନେମା ଦେଖିବା ପାଇଁ ପୁରା ହଲ୍ ବୁକ୍ କରିଛି ।
Sambad is now on WhatsApp
Join and get latest news updates delivered to you via WhatsApp
ମାଲକାନଗିରିରେ ମଧ୍ୟ ଏମିତ ଜଣେ ମୋଦି ପ୍ରେମୀ ରହୁଛନ୍ତି। ବିଜୟ ପରେ ମାଲକାନଗିରି ସଦର ମହକୁମା ସ୍ଥିତ ନେତାଜୀ ସୁବାଷ ବୋଷ ଛକ ନିକଟରେ ଜଣେ ମୋଦି ସମର୍ଥକ ମାଗଣାରେ ଚା’ ବାଂଟିଛନ୍ତି । ନିର୍ବାଚନ ଫଳାଫଳ ଆସିବା ଘୋଷଣା ପରେ ଚା ଦୋକାନୀ ରମେଶ ଦୋରା ଖୁସିରେ ଆତ୍ମହରା ହୋଇ ଗ୍ରାହକଙ୍କୁ ମାଗଣାରେ ଚା’ ବାଣ୍ଟିଛନ୍ତି ।
ବିଜେପ ପୁଣି ଥରେ ସରକାର ଗଢ଼ିବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ଓ ରାଷ୍ଟ୍ରବାଦ ଆଧାରରେ ବିଜେପି ଏକାକୀ ବହୁମତ ହାସଲ କରିଛି । ସାରା ଦେଶରେ ମୋଦିଙ୍କ ଚର୍ଚ୍ଚା ଚାଲିଛି। ପ୍ରଥମ ଥର ପାଇଁ ମୋଦି ଜଣେ ଅଣକଂଗ୍ରେସ ଦଳର ନେତା ଭାବେ ୫ ବର୍ଷ ପୁରଣ କରି ପୁଣି ଥରେ ଶାସନ କ୍ଷମତାକୁ ଫେରୁଛନ୍ତି । ଦେଶର ୧୫ତମ ପ୍ରଧାନମନ୍ତ୍ରୀ ଭାବେ ମୋଦି ଶପଥ ଗ୍ରହଣ କରିବାକୁ ଯାଉଛନ୍ତି ।