ପୁଲିସ ଇନ୍‌ଫର୍ମର ସନ୍ଦେହରେ ଜଣଙ୍କୁ ଗଳାକାଟି ହତ୍ୟା କଲେ ମାଓବାଦୀ

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲା ଅନ୍ତର୍ଗତ ଦରନାପାଲଠାରେ ତିନିଦିନ ତଳେ ଦୁଇଜଣ ଯୁବକଙ୍କୁ ପୁଲିସ ଇନ୍‌ଫର୍ମର ସନ୍ଦେହରେ ମାଓବାଦୀମାନେ ଉଠାଇ ନେଇଥିଲେ। ଦୁଇଜଣଙ୍କ ମଧ୍ୟରୁ ଜଣକଙ୍କୁ ମାଓବାଦୀ ଗଳାକାଟି ହତ୍ୟା କରିବା ପରେ ଅନ୍ୟଜଣଙ୍କୁ ନିସ୍ତୁକ ମାଡ ମାରି ଛାଡ଼ି ଦେଇଛନ୍ତି। ମୃତଦେହକୁ ପୁଲିସ ମଙ୍ଗଳବାର ଚିନ୍ତାଗୁମ୍ଫା ନିକଟରୁ ଉଦ୍ଧାର କରିଛି। ମୃତକ ଜଣକ ମାଥିଲି ଥାନା ଟେମୁରପଲ୍ଲୀ ଗାଁର ନିବାସୀ ବୋଲି ଜଣାପଡ଼ିଛି। ପୁଲିସ ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର