ମାଲକାନଗିରି: ୧୨ ମାଓବାଦୀ ଗିରଫ

ମାଲକାନଗିରି: ବିଭିନ୍ନ ସ୍ଥାନରେ କମ୍ବିଂ ଅପନରେସନ୍‌ ଚଳାଇଥିବା ବେଳେ ମାଲକାନଗିରି  ଜିଲ୍ଲା ପୁଲିସ ୧୨ ଜଣ କ୍ୟାର୍ଡର ମାଓବାଦୀଙ୍କୁ ଗିରଫ କରିଛି। ଗିରଫ ମାଓମାନେ    ସାଧୁ ଖେମୁଡ଼ୁ, ମୁୟା କବାସି ଓ ଡମ୍ବରୁ ନାୟକଙ୍କ ହତ୍ୟାକାଣ୍ଡରେ ଜଡ଼ିତ ଥିବା ପୁଲିସ କହିଛି। ସୂଚନାଯୋଗ୍ୟ ଯେ ଗତ ୨ ମାସ ମଧ୍ୟରେ ଏହି ମାଓବାଦୀମାନେ ପୁଲିସ ଇନ୍‌ଫରମର ସନ୍ଦେହରେ  ଏହି ୩ ଜଣ ଯୁବକଙ୍କ ତଣ୍ଟିକାଟି ହତ୍ୟା କରିଥିଲେ।

ସମ୍ବନ୍ଧିତ ଖବର