ଅସଦାଚରଣର ଶିକାର ୨ ନାବାଳିକା ସିଡବ୍ଲୁସିକୁ ହସ୍ତାନ୍ତର

କାଲିମେଳା: ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ଗମ୍ଫାକୋଣ୍ଡା ପଞ୍ଚାୟତ ଗାଗରିମେଟଲା ଗ୍ରାମର ଦୁଇ ଅସଦାଚରଣ ପୀଡିତା ଆଦିବାସୀ ନାବାଳିକାଙ୍କୁ ମାଲକାନଗିରି ସିଡବ୍ଲୁସିକୁ ହସ୍ତାନ୍ତର କରାଯାଇଛି। ସୂଚନା ଅନୁଯାୟୀ, ଗତ ବୁଧବାର ଦିନ ଗାଁରେ ପରବ ଚାଲିଥିଲା। ରାତିରେ କାଙ୍ଗୁରକୋଣ୍ଡା ପଞ୍ଚାୟତ ଅନ୍ତର୍ଗତ ଏମପିଭି-୩୪ ଗ୍ରାମର ଦୀପଚାନ୍ଦ ମଲିକ ଓ କିଶୋର ବନିକ ଦୁଇ ନାବାଳିକାଙ୍କୁ ନିର୍ଜନ ଅନ୍ଧାରୁଆ ସ୍ଥାନକୁ ଡାକି ଅସଦାଚରଣ କରିଥିଲେ। ଗ୍ରାମବାସୀ ଏହି ଦୃଶ୍ୟ ଦେଖିବା ପରେ ଦୁଇ ଯୁବକଙ୍କୁ କାବୁ କରି ମାଡ ମାରିଥିଲେ। ଏହି ଖବର ପାଇ ଗତକାଲି ସିଡବ୍ଲୁସି ଅଧିକାରୀ ଗାଁକୁ ଯାଇ ଦୁଇ ନାବାଳିକାଙ୍କୁ ମାଲକାନଗିରି ନେଇଯାଇଥିଲେ। ଗତକାଲି ସ୍ୱଧାର ଗୃହରେ ରଖିବା ପରେ ଆଜି ସେମାନଙ୍କୁ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗକୁ ହସ୍ତାନ୍ତର କରିଥିବାର ଜଣାପଡ଼ିଛି। ଘଟଣାର ଅଧିକ ତଦନ୍ତ ଚାଲିଥିବା ସିଡବ୍ଲୁସି ଅଧିକାରୀ କହିଛନ୍ତି। ସେହିପରି କାଙ୍ଗୁରକୋଣ୍ଡା ପଞ୍ଚାୟତ ଅନ୍ତର୍ଗତ ସାଲମାରିକୋଣ୍ଡା ଗ୍ରାମର ଜଣେ ଆଦିବାସୀ ଯୁବତୀକୁ ଏମଭି-୭୩ ଗ୍ରାମର ଜଣେ ବଂଗୀୟ ଯୁବକ ପ୍ରତାରଣା କରିଥିବା ଅଭିଯୋଗ ହୋଇଛି। ଯୁବକ ଜଣଙ୍କ ପ୍ରେମ ଜାଲରେ ଫସାଇ ଶାରୀରିକ ସଂପର୍କ ରଖିଥିଲା। ପରବର୍ତୀ ସମୟରେ ବିବାହ କରିବାକୁ ମନା କରିବାରୁ ଗାଁରେ ବୈଠକ ବସିଥିଲା। କିନ୍ତୁ ବୈଠକରେ ସମାଧାନାର ରାସ୍ତା ବାହାରି ପାରିନଥିଲା। ଏ ସଂପର୍କରେ ପୁଲିସ ନିକଟରେ କୌଣସି ଅଭିଯୋଗ ହୋଇ ନଥିବା ଥାନା ଅଧିକାରୀ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର