କର୍କଟ ରୋଗୀ କଟକ ସ୍ଥାନାନ୍ତରିତ

କୋରୁକୋଣ୍ଡା: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନରେ ଥିବା ଜଣେ କ୍ୟାନ୍‌ସର ରୋଗୀଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି। ସୂଚନା ଥାଉକି, କୋରୁକୋଣ୍ଡା ବ୍ଲକ ଚଲାଣଗୁଡା ପଞ୍ଚାୟତ ଅନ୍ତର୍ଗତ ଡଙ୍ଗସ୍କାଲ ଗ୍ରାମର ପଦ ସୋଡ଼ିଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ସେ କୋରାପୁଟ୍‌ ମେଡିକାଲରେ ଭର୍ତ୍ତି ହୋଇଥିଲେ। ସେଠାରେ ଏକ ମାସ ଚିକିତ୍ସା ହେବାପରେ ମାଲକାନଗିରି ଫେରି ଆସିଥିଲେ। ଏହାପରେ ପୁଣି ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି।

ସେ କୋୟା ସଂପ୍ରଦାୟର ହୋଇଥିବାରୁ ଓଡିଆ ଭାଷା ବୁଝି ପାରୁନାହାନ୍ତି ଏବଂ ତାଙ୍କୁ ମଧ୍ୟ ରୋଗ ସଂପର୍କରେ ବୁଝାଇବା ଅସୁବିଧା ହେଉଛି। କୋରାପୁଟ ମେଡିକାଲରେ ଚିକିତ୍ସିତ ସମୟରେ ସେ କର୍କଟ ରୋଗରେ ପୀଡିତ ହୋଇଥିବା ଡ଼ାକ୍ତରମାନେ ପ୍ରକାଶ କରିଛନ୍ତି। ତେଣୁ ତାଙ୍କୁ ଉଚ୍ଚ ଚିକିତ୍ସା ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଅମରେନ୍ଦ୍ର ମହାନ୍ତିଙ୍କ ପ୍ରଚେଷ୍ଟାରେ ଆମ୍ବୁଲାନ୍‌ସ ଯୋଗେ କଟକ ବଡ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ପଦ ସୋଡ଼ି ଗରିବ ହୋଇଥିବାରୁ ତାଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ମାଲକାନଗିରି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ବହନ କରିବ ବୋଲି ଜଣାପଡିଛି।

ସମ୍ବନ୍ଧିତ ଖବର