ସୀମାନ୍ତରେ ୧୬ ନକ୍ସଲ ଗିରଫ

ମାଲକାନଗିରି: ସୀମାନ୍ତ ଛତିଶଗଡର ନାରାୟଣପୁର ଜିଲ୍ଲା ପୁଲିସ ଆଜି ୧୬ ଜଣ ନକ୍ସଲକୁ ଗିରଫ କରିଛି। ସୂଚନା ଅନୁଯାୟୀ, ଛୋଟେଡଂଗର ଥାନା ଅନ୍ତର୍ଗତ ମୁସନାର, ତୋୟାମେଟା, ପୁଙ୍ଗାରପାଲ, ଇରପାନାର ଅଂଚଳରେ ସନ୍ଦିଗ୍ଧ ନକ୍ସଲଙ୍କ ସଂପର୍କରେ ପୁଲିସକୁ ଖବର ମିଳିଥିଲା। ତେଣୁ ଜିଲ୍ଲା ପୁଲିସ ଏବଂ ସିଏଏଫ ଯବାନ ମିଳିତ ଭାବେ ଚଢାଉ କରିଥିଲେ। ଜନତାନା ସରକାର ଅଧ୍ୟକ୍ଷ ସୁଖରାମ ଉସେଣ୍ଡି(୪୦), ରାମୁ ମାଣ୍ଡବୀ(୩୦), ମିଲିସିଆ ସଦସ୍ୟ ଭଦରୁରାମ ମାଣ୍ଡବୀ(୩୨), ଡିକେଏମଏସ ଅଧ୍ୟକ୍ଷ ଅନିଲା ମାଣ୍ଡବୀ(୩୦), ମିଲିସିଆ ସଦସ୍ୟ ରୁପଚାନ୍ଦ ମାଣ୍ଡବୀ(୨୬), ରାମସାୟ ପାଦାମୀ(୨୪), ସକରୁରାମ ନେତାମ(୪୫), ଫୁଲସିଂ କୋର୍ରାମ(୪୦), ବୁଧୁରାମ ମାଣ୍ଡବୀ(୪୦), ସୁଖଧର ମାଣ୍ଡବୀ(୨୫), ବୁଧରାମ ମାଣ୍ଡବୀ(୨୫), ଟୋଣ୍ଡାରାମ ମାଣ୍ଡବୀ(୨୪), ପଣ୍ଡରୁ କଶ୍ୟପ(୪୦), ଲଛୁରାମ ମାଣ୍ଡବୀ(୪୫), ମାସା ରାମ ମାଣ୍ଡବୀ(୪୦) ଏବଂ ସୋନାରାମ ମାଣ୍ଡବୀ(୨୬) ପ୍ରମୁଖଙ୍କ ଗତିବିଧି ସନ୍ଦେହ ଜନକ ଲାଗିବାରୁ ପୁଲିସ ଗିରଫ କରିଥିଲା। ଗିରଫ ଜନତାନା ସରକାର ଅଧ୍ୟକ୍ଷ ସୁଖରାମ ଉସେଣ୍ଡି ଓରଫ ଦୀଲିପ ନାମରେ ସରକାର ଏକ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଛନ୍ତି। ପଚରାଉଚରା ସମୟରେ ନକ୍ସଲ ସଂଗଠନରେ ଜଡିତ ହୋଇ ଏମାନେ ବହୁ ହିଂସାରେ ସାମିଲ ଥିବା କହିଥିଲେ। ଆଜି ଏମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର