ସୀମାନ୍ତରେ ୬ ନକ୍ସଲ ଗିରଫ

ମାଲକାନଗିରି: ସୀମାନ୍ତ ଛତିଶଗଡର ନାରାୟଣପୁର ଜିଲ୍ଲା ପୁଲିସକୁ ମିଳିଛି ସଫଳତା। କୁମ୍ବିଂ ଅପରେସନ ସମୟରେ ଦୁର୍ଦାନ୍ତ ମାଓବାଦୀଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି ଯବାନ। ମିଳିଥିବା ସୂଚନା ଅନୁଯାୟୀ ଆବୁଜମାଡ ନିକଟସ୍ଥ ଜଂଗଲରେ କିଛି ମାଓ ନେତା କ୍ୟାମ୍ପ କରି ରହିଥିବା ନେଇ ଯବାନଙ୍କୁ ସୂଚନା ମିଳିଥିଲା। ଗୁଇନ୍ଦା ସୂଚନାକୁ ଆଧାର କରି ଏହି ଜଂଗଲରେ ଚଢାଉ କରାଯାଇଥିଲା। ତେବେ ବୋମା ଖଂଜୁଥିବା ୬ଜଣ ନକ୍ସଲଙ୍କୁ ଦେଖି ଯବାନ ଘେରାବନ୍ଦୀ କରି ସେମାନଙ୍କୁ ଗିରଫ କରିଥିଲେ। ସେମାନଙ୍କ ପରିଚୟ ମିଳିନଥିବା ବେଳେ ପୋଲିସ ପଚରାଉଚରା ଜାରି ରଖିଛି। ସମସ୍ତଙ୍କୁ ଜିଲ୍ଲା କାର୍ଯ୍ୟାଳୟକୁ ଆଣାଯାଇଥିବା ଜଣାପଡିଛି। ଏଥିସହ ସେମାନଙ୍କ ଠାରୁ ବୋମା ମଧ୍ୟ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର