ଛତିଶଗଡ଼: ନାରାୟଣପୁରରେ ୬୦ ନକ୍ସଲ କଲେ ଆତ୍ମସମର୍ପଣ

ମାଲକାନଗିରି: ନକ୍ସଲ ବିରୋଧୀ ଅଭିଯାନ, ପୁଲିସ ଓ ସୁରକ୍ଷା ବଳଙ୍କ ଚାପ ଏବଂ ପ୍ରଶାସନର ଥଇଥାନ ନୀତିରେ ଆକର୍ଷିତ ହୋଇ ପଡ଼ୋଶୀ ଛତିଶଗଡ଼ର ନାରାୟଣପୁର ପୁଲିସ ନିକଟରେ ଗୁରୁବାର ୬୦ ଜଣ ନକ୍ସଲ ସଂଗଠନର ସଦସ୍ୟ ଆତ୍ମସମର୍ପଣ କରିଛନ୍ତି। ନକ୍ସଲମାନେ ମାଓବାଦୀ ସଂଗଠନ ଛାଡ଼ି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାରେ ଲାଗିଛନ୍ତି। ନକ୍ସଲମାନେ ବସ୍ତର ରେଞ୍ଜ, ଜଗଦଲପୁରର ପୁଲିସ ମହାନିରୀକ୍ଷକ ବିବେକାନନ୍ଦ ସ୍ନିହା, କାଙ୍କେର ରେଞ୍ଜ ଉପପୁଲିସ ମହାନିରୀକ୍ଷକ ରତନଲାଲ ଡାଗି, ପୁଲିସ ଅଧୀକ୍ଷକ ନାରାୟଣପୁର ଜିତେନ୍ଦ୍ର ଶୁକ୍ଲା ଏବଂ ଅତିରିକ୍ତ ପୁଲିସ ଅଧୀକ୍ଷକ ଅନୀଲ ସୋନିଙ୍କ ଉପସ୍ଥିତିରେ ଅାତ୍ମସମର୍ପଣ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି।

ଆତ୍ମସମର୍ପଣ କରିଥିବା ୫ଜଣ ନକ୍ସଲ ସଦସ୍ୟଙ୍କୁ ପୁଲିସ ମହାନିରୀକ୍ଷକ ବିବେକାନନ୍ଦ ସ୍ନିହା ପ୍ରୋତ୍ସାହନ ରାଶି ପ୍ରଦାନ କରିଥିଲେ। ସମସ୍ତ ନକ୍ସଲ ସଦସ୍ୟ ବିଗତ ୭ରୁ ୮ବର୍ଷ ହେବ ନକ୍ସଲ ସଙ୍ଗଠନ ପାଇଁ କାମ କରୁଥିଲେ। ପୁଲିସ ଏମାନଙ୍କ ବ୍ୟବହାର ଏବଂ ସମାଜ ସହିତ ମିଶି ପୁଣି ଥରେ ଉନ୍ନତ ସାଧାରଣ ନାଗରିକ ଭଳି ବଞ୍ଚିବାର ଇଚ୍ଛାକୁ ଦେଖି ପାରିଛି।

ସମ୍ବନ୍ଧିତ ଖବର