କ˚ଗ୍ରେସରେ ମିଶିଲେ ବିଜେପି କର୍ମୀ

କାଲିମେଳା: ପଡ଼ିଆ ବ୍ଲକର ବାପନପାଲୀ ପଞ୍ଚାୟତ ଅନ୍ତର୍ଗତ ଏମଭି-୫୮ ଗ୍ରାମର କିଛି ବିଜେପି କର୍ମୀ  କ˚ଗ୍ରେସ ଦଳରେ ସାମିଲ ହୋଇଥିବା ଜଣାପଡ଼ିଛି। କ˚ଗ୍ରେସ ବିଧାୟକ ପ୍ରାର୍ଥୀ ମାଲା ମାଢ଼ିଙ୍କ ବାସଭବନରେ ଏହି ଗ୍ରାମର କର୍ମୀମାନେ କ˚ଗ୍ରେସରେ ବିଧିବଦ୍ଧ ଭାବରେ ଯୋଗଦେଇଥିଲେ। ସେମାନେ କ˚ଗ୍ରେସର ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ଦଳରେ ଯୋଗଦେଲେ ବୋଲି ପ୍ରକାଶ କରିଛନ୍ତି। ଏମଭି-୫୮ ଗ୍ରାମର ସୁରେନ ମଣ୍ତଳ, ଶମୁନାଥ ସିଲ, ବିକାଶ ମଣ୍ତଳ, ସନାତନ ବାନାର୍ଜୀ, ଯତୀନ ପରମାଣିକ ଓ ଏମଭି-୧୭ ଗ୍ରାମର ଶିବୁ ସାହା ପ୍ରମୁଖ କ˚ଗ୍ରେସ ଦଳରେ ମାଲା ମାଢ଼ିଙ୍କ ଉପସ୍ଥିତିରେ ସାମିଲ ହୋଇଥିଲେ। ସୂଚନା ଯୋଗ୍ୟ ଯେ ବିଜେପି ଦଳର ବିଧାୟକ ପ୍ରାର୍ଥୀ ଆଦିତ୍ୟ ମାଢ଼ିଙ୍କ ନିଜ ପଞ୍ଚାୟତ ହେଉଛି ପଡ଼ିଆ ବ୍ଲକର ବାପନପାଲୀ ଗ୍ରାମ ପଞ୍ଚାୟତ। ଉକ୍ତ ପଞ୍ଚାୟତରେ ବିଜେପି ଦଳର ଯଥେଷ୍ଟ ପ୍ରଭାବ ରହିଥିବାବେଳେ ଉକ୍ତ ଗ୍ରାମର ବିଜେପିର ଏହି ବରିଷ୍ଠ କର୍ମୀମାନେ କ˚ଗ୍ରେସ ଦଳରେ ସାମିଲ ହୋଇଥିବାରୁ କ˚ଗ୍ରେସ ଦଳ ତରଫରୁ ଏହାକୁ ସ୍ବାଗତ କରାଯାଇଛି।

ସମ୍ବନ୍ଧିତ ଖବର