ମାଲକାନଗିରି: ଠିକାଦାରଙ୍କୁ ଅପହରଣ ପରେ ଗଳା କାଟି ହତ୍ୟା କଲେ ମାଓବାଦୀ

ମାଲକାନଗିରି: ପଡ଼ୋଶୀ ଛତିଶଗଡ଼ର ସୁକମା ଜିଲ୍ଲାରେ ମାଓବାଦୀମାନେ ଜଣେ ପିଏମ୍‌ଜିଏସ୍‌ଓ୍ଵାଇ ଠିକାଦାରଙ୍କୁ ଗୁରୁବାର ଅପହରଣ ପରେ ଅପରାହ୍ନରେ ହତ୍ୟା କରିଛନ୍ତି।

ମାଓବାଦୀମାନେ ଉପମପଲ୍ଲୀ ଠାରେ ନିର୍ମାଣାଧୀନ ସଡ଼କରେ ନିଯୋଜିତ ଯାନବାହାନ ଗୁଡ଼ିକରେ ନିଆ ସଂଯୋଗ କରିଛନ୍ତି। ସୁକମା ଜିଲ୍ଲାର ଦୋରନାପାଲ ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି। ଠିକାଦାରଙ୍କ ମୃତଦେହ ଜଙ୍ଗଲରେ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ସୂଚନା ଦେଇଥିଲେ।

 

ଘଟଣାସ୍ଥଳରେ ପହଞ୍ଚି ପୁଲିସ ଠିକାଦାର ହରିଶଙ୍କରଙ୍କ ମୃତଦେହ ଜବତ କରିଛି। ପୁଲିସ କହିଛି, ସିମସା ଠାରୁ ୫ରୁ ୭ କିଲୋମିଟର ଦୂରରେ ହରିଶଙ୍କରଙ୍କୁ ଗଳାକାଟି ହତ୍ୟା କରାଯାଇଛି।

ମାଓବାଦୀଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ସରକାର ଗୋଟିଏ ପରେ ଗୋଟିଏ ଯୋଜନା ଆରମ୍ଭ କରୁଛନ୍ତି। ଏଥିରେ ସନ୍ତୁଷ୍ଟ ନହୋଇ ମାଓବାଦୀମାନେ ମଝିରେ ମଝିରେ ନୂଆ ନୂଆ ଅପରାଧିକା କାମ ସହିତ ସଂଶ୍ଲିଷ୍ଟ ରହୁଛନ୍ତି। ପୂର୍ବରୁ ମାଓବାଦୀମାନେ ମଧ୍ୟ ରାତ୍ରୀରେ ପୁଲିସ ସୂଚନାକାରୀଙ୍କୁ ଅପହରଣ କରୁଥିବା ବେଳେ ଆଜିକାଲି ଦିନ ଦ୍ୱିପ୍ରହରରେ ଅପହରଣ କରି ହତ୍ୟା କରୁଛନ୍ତି, ଯାହା ଫଳରେ ସ୍ଥାନୀୟ ଜନତା ଭୟଭୀତ ହୋଇ ପଡ଼ିଛନ୍ତି।

ସମ୍ବନ୍ଧିତ ଖବର