ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର

କାଲିମେଳା: ଜଣେ ଯୁବକର ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି। ଖବରପାଇ କାଲିମେଳା ପୁଲିସ ଶବକୁ ଜବତ କରିଥିବା ବେଳେ ମୃତ୍ୟୁର କାରଣ ଜଣାପଡ଼ିନାହିଁ। ମାଲକାନଗିରି ଥାନା ତରଳାକୋଟା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଏମଭି-୩୩ ଗ୍ରାମର ଚିତ୍ତରଂଜନ ମଣ୍ଡଳଙ୍କ ପୁଅ ଅସୀମ ମଣ୍ଡଳ(୫୫) କାଲିମେଳା ହିରୋ ବାଇକ ସୋରୁମକୁ କୌଣସି କାମରେ ଆସିଥିଲେ। କାମ ସାରି ଫେରୁଥିବା ବେଳେ ଗମ୍ଫାକୋଣ୍ଡା ପଞ୍ଚାୟତ ଅନ୍ତର୍ଗତ ଏମଭି-୧୦୫ ଗ୍ରାମ କେନାଲ ନିକଟରେ ତାଙ୍କର ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। କିଛି ଗ୍ରାମବାସୀ ପୁଲିସକୁ ଖବର ଦେବାପରେ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରିଥିଲେ। ମୃତକଙ୍କ ପରିଚୟ ମିଳିବା ପରେ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା। ମୃତ ଅସୀମ ମଣ୍ଡଳଙ୍କ ଭାଇ ଅଭିଜିତ ମଣ୍ଡଳ କାଲିମେଳା ଆସି ଶବକୁ ଚିହ୍ନଟ କରିବା ସହିତ ଭାଇର ମୃତ୍ୟୁ ପାଇଁ କେହି ଦାୟୀ ନୁହଁନ୍ତି ବୋଲି ଥାନାରେ ଲିଖିତ ଜଣାଇବା ପରେ ଶାରିରୀକ ଅସୁସ୍ଥତା କାରଣରୁ ମୃତ୍ୟୁ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର