ପଡିଆ,: ମାଲକାନଗିରି ଜିଲ୍ଲା ଦୁର୍ଗମ ପଡିଆ ବ୍ଲକର କାଲଦାପାଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ଏମଭି-୬୨ ଗ୍ରାମରେ ସିନେ ତାରକାଙ୍କୁ ନେଇ ବିଜେଡିର ନିର୍ବାଚନୀ ପ୍ରଚାର କରାଯାଇଥିଲା। ଆଗାମୀ ନିର୍ବାଚନରେ ଲୋକଙ୍କୁ ନିଜ ଆଡକୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଦଳ ଭିନ୍ନ ଭିନ୍ନ ପନ୍ଥା ଆପଣାଇଥିବା ବେଳେ ବିଜେଡି ଗ୍ରାମାଞ୍ଚଳରେ ସିନେ ତାରକାଙ୍କୁ ନେଇ ପ୍ରଚାର ଜୋରଦାର କରିଥିବା ଦେଖିବାକୁ ମିଳିଛି। ଆଜି ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ଓଡିଆ ସିନେ ଅଭିନେତ୍ରୀ ଅର୍ଚ୍ଚିତା ସାହୁ, କ୍ରୀଡ଼ା ମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରା, ବିଧାୟକ ମାନସ ମାଡକାମୀ, ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ ଅରବିନ୍ଦ ଢାଲି ପ୍ରମୁଖ ଯୋଗଦେଇ ଆଗାମୀ ନିର୍ବାଚନ ପାଇଁ ବିଜେଡି ଦଳକୁ ସମର୍ଥନ କରିବାକୁ ନିବେଦନ କରିଥିଲେ। ନବୀନ ସରକାରଙ୍କ ଶାସନ ବେଳେ ଓଡିଶାରେ ଉନ୍ନତିର ଧାରା ଆଗକୁ ନେବା ପାଇଁ ବିଜେଡିର ହାତକୁ ଟାଣ କରିବା ପାଇଁ ବଙ୍ଗୀୟ ନେତା ଅରବିନ୍ଦ ଢାଲି ସମସ୍ତଙ୍କୁ ନିବେଦନ କରିଥିଲେ। ଏହା ପୂର୍ବରୁ କାଲିମେଳା ବ୍ଲକର ଏସପିଭି-୮୨ ଗ୍ରାମରେ ଏକ ବୈଠକ ମାଧ୍ୟମରେ ଲୋକଙ୍କୁ ବିଜେଡି ମୁହାଁ କରିବା ପାଇଁ ନିବଦେନ କରାଯାଇଥିବା ବେଳେ ଅପରାହ୍ନ ୪ଟା ବେଳେ ପଡିଆ ବ୍ଲକର ନିଲିଗୁଡା ଠାରେ ମଧ୍ୟ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା। ତେବେ ଏହି ଅଞ୍ଚଳ ଦୁର୍ଗମ ନକ୍ସଲ ପ୍ରବଣ ହୋଇଥିବାରୁ ନିଲିଗୁଡା ସଭାରେ ସିନେ ତାରକା ଓ ଷ୍ଟାର ପ୍ରଚାରକଙ୍କୁ ଯୋଗ ଦେବା ପାଇଁ ପ୍ରଶାସନ ପକ୍ଷରୁ ବାରଣ କରାଯାଇଥିବାରୁ ଲୋକଙ୍କ ମଧ୍ୟରେ ହତାଶଭାବ ଦେଖିବାକୁ ମିଳିଥିଲା।
ଦୁର୍ଗମ ଅଞ୍ଚଳରେ ସିନେ ତାରକାଙ୍କ ସହ ବିଜେଡିର ପ୍ରଚାର
/sambad/media/post_attachments/wp-content/uploads/2019/04/malkan.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)