୪ ସାଥୀ ଯବାନଙ୍କ ଗୁଳି କରିଥିବା ଯବାନ ଗିରଫ

ମାଲକାନଗିରି: ପଡ଼ୋଶୀ ଛତିଶଗଡ଼ରେ ଶନିବାର ୪ ଜଣ ସାଥୀ ଯବାନଙ୍କୁ ଗୁଳି କରିଥିବା ଅଭିଯୋଗରେ ଜଣେ ଯବାନ ଗିରଫ ହୋଇଛନ୍ତି। ଗୁଳି କରିଥିବା ଯବାନ ସନ୍ତରାମଙ୍କୁ ପୁଲିସ ଗିରଫ କରିଛି ବୋଲି ବସ୍ତର ଡିଆଇଜି ସୁନ୍ଦର ରାଜ ସ୍ପଷ୍ଟ କରିଛନ୍ତି। ଗୁଳିକାଣ୍ଡରେ ମୃତ୍ୟୁ ହୋଇଥିବା ଯବାନଙ୍କ ମଧ୍ୟରୁ ୨ଜଣ ଏସ୍‌ଆଇ ହୋଇଥିବା ବେଳେ ଅନ୍ୟ ୨ଜଣ ଏଏସ୍‌ଆଇ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ବିଜାପୁର ଜିଲ୍ଲା ବାସାଗୁଡ଼ା ସିଆରପିଏଫ କ୍ୟାମ୍ପରେ ବ୍ୟକ୍ତିଗତ କାରଣକୁ ନେଇ ସନ୍ତରାମ ୪ଜଣ ସାଥୀ ଯବାନଙ୍କୁ ଗୁଳି କରିଥିଲା। ଘଟଣାସ୍ଥଳରେ ହିଁ ସେମାନଙ୍କର ମୃତ୍ୟୁ ହୋଇଥିଲା।

ସମ୍ବନ୍ଧିତ ଖବର