୧୦ କୋଟି ଟଙ୍କାର ଗଞ୍ଜେଇ ଜବତ

ମାଲକାନଗିରି : ମାଲକାନଗିରିରୁ ପଞ୍ଜାବକୁ ଗଞ୍ଜେଇ ଚୋରା ଚାଲାଣ କରୁଥିବା ଗୋଟିଏ ଟ୍ରକ ଛତିଶଗଡ଼ରେ ଧରାପଡ଼ିଛି। ଘଟଣା ସ୍ଥଳରୁ ପୁଲିସ ଜଣଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ, ମାଲକାନଗିରିରୁ ପଇଡ଼ ବୋଝେଇ ଟ୍ରକ (ସିଜି ୦୭ ସିଏ ୫୭୨୭) ବାହାରିଥିଲା। ତେବେ ଏହି ଟ୍ରକରେ ଉପରେ ପଇଡ ଲଦାଯାଇଥିବା ବେଳେ ଭିତରେ ଗଂଜେଇ ପ୍ୟାକେଟ ରହିଥିଲା। ମାଲକାନଗିରିରୁ ଏହି ଟ୍ରକ ଖସିବାରେ ସଫଳ ହୋଇଥିଲା। କିନ୍ତୁ ବିଶେଷ ସୂତ୍ରରୁ ଛତିଶଗଡର ସେଣ୍ଟ୍ରାଲ ଏକ୍ସସାଇଜ ବିଭାଗ କର୍ମଚାରୀ ରାୟପୁର ନିକଟରେ ଏହି ଗଂଜେଇ ଟ୍ରକକୁ ଅଟକାଇ ଯାଞ୍ଚ କରିଥିଲେ। ପଇଡ଼ ମଝିରେ ଥିବା ପ୍ୟାକଟକୁ ଖୋଲିବାରୁ ସେଥିରୁ ଗଞ୍ଜେଇ ବାହାରିଥିଲା। ଓଜନ କରିବାରୁ ତାହାର ପରିମାଣ ୬ ହଜାର ୫୪୫ କିଲୋ ବୋଲି ଜଣାପଡିଛି। ଯାହାର ଆନୁମାନିକ ମୂଲ୍ୟ ୧୦କୋଟି ଟଂକା ହେବ।

ସମ୍ବନ୍ଧିତ ଖବର