ମାଲକାନଗିରି: ବୋମା ଫୁଟାଇ ପଞ୍ଚାୟତ ଅଫିସ ଧ୍ୱଂସ କଲେ ମାଓବାଦୀ

ମାଲକାନଗିରି: ଶୁକ୍ରବାର ବିଳମ୍ବିତ ରାତ୍ରୀରେ ମାଥିଲି ବ୍ଲକ୍‌ର ଟେମୁରପାଲି ପଞ୍ଚାୟତ କାର୍ଯ୍ୟାଳୟକୁ ବୋମା ବିସ୍ଫୋରଣ କରି ନଷ୍ଟ କରି ଦେଇଛନ୍ତି।
ମିଥ୍ୟା ଏନ୍‌କାଉଣ୍ଟର୍‌ ଓ ଗିରଫଦାରୀ ଭଳି ପୁଲିସର ଆଦିବାସୀ ବିରୋଧୀ କାର୍ଯ୍ୟକଳାପକୁ ବିରୋଧ କରି ପଞ୍ଚାୟତ କାର୍ଯ୍ୟଳୟକୁ ଧ୍ୱଂସ କରାଯାଇଥିବା କଥା ସେଠାରୁ ମଳିଥିବା ମାଓ ପୋଷ୍ଟର୍‌ରୁ ଜଣାପଡ଼ିଛି।

ପୁଲିସ ଏ ପର୍ଯ୍ୟନ୍ତ ଘଟଣାସ୍ଥଳରେ ପହଞ୍ଚି ନାହିଁ। ତଲାସ ଅଭିଯାନ ପାଇଁ ବିଏସ୍‌ଏଫ୍‌ ଯବାନମାନେ ବାହାରି ପଡ଼ିଛନ୍ତି।

ସମ୍ବନ୍ଧିତ ଖବର