ମାଲକାନଗିରି :  ବସ ଜାଳିଦେଲେ ମାଓବାଦୀ

ଭୁବନେଶ୍ବର : ଆଜି ମାଲକାନଗିରି ଜିଲ୍ଲାରେ ମାଓବାଦୀମାନେ ଏକ ଯାତ୍ରୀବାହୀ ବସ ଜାଳିଦେଇଛନ୍ତି । ତେବେ ଏଥିରେ କୌଣସି ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିନାହିଁ । ମିଳିଥିବା ସୂଚନା ମୁତାବକ ବସଟି ନାରାୟଣପୁରରୁ କୋଣ୍ଡଗାଁ ଯାଉଥିବାବେଳେ ଛତିଶଗଡ଼ କୋକରି ନିକଟରେ ମାଓବାଦୀମାନେ ବସ ଅଟକାଇ ଯାତ୍ରୀମାନଙ୍କୁ ବାହାର କରିଦେଇଥିଲେ । ଯାତ୍ରୀମାନେ ବାହାରି ଯିବା ପରେ ସେମାନେ ବସକୁ ଜାଳି ଦେଇଥିଲେ । ନିଆଁ ଲଗାଯିବାବେଳେ ବସରେ କୌଣସି ଯାତ୍ରୀ ନଥିବାରୁ ଯାତ୍ରୀମାନଙ୍କର କୌଣସି କ୍ଷତି ହୋଇନଥିବା ଜଣାଯାଇଛି ।

ସମ୍ବନ୍ଧିତ ଖବର