୭ ଗାଡି ପୋଡିଲେ ନକ୍ସଲ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ପଡୋଶୀ ଛତିଶଗଡର ଦନ୍ତେୱାଡା ଜିଲ୍ଲା ଅନ୍ତର୍ଗତ କଟେକଲ୍ୟାଣ ଅଂଚଳରେ ନକ୍ସଲ ଗତକାଲି ରାତିରେ ୭ଟି ଗାଡିକୁ ନିଆଁ ଲଗାଇ ପୋଡି ଦେଇଛନ୍ତି। ଦନ୍ତେୱାଡା ଏଏସପି ଜି.ଏନ ବାଘେଲଙ୍କ କହିବା ଅନୁଯାୟୀ ଗଦାପାଲ ଠାରୁ ଲାଖାପାଲ ପର୍ଯ୍ୟନ୍ତ ନିର୍ମାଣ ଚାଲିଥିବା ରାସ୍ତା କାମ ପାଇଁ ନିୟୋଜିତ ୭ଟି ଯାକ ଗାଡିକୁ ମାଓବାଦୀ ପୋଡି ଦେଇଛନ୍ତି। ସେଥିମଧ୍ୟରୁ ୨ଟି ଟ୍ରାକ୍ଟର, ୨ଟି ପାଣି ଟ୍ୟାଙ୍କର, ଗୋଟିଏ ପୋକଲିନ, ଗୋଟିଏ ଜେସିବି, ଗୋଟିଏ ରୋଡ ରୋଲର ରହିଛି।

ଗତକାଲି ବିଳମ୍ବିତ ରାତିରେ ନକ୍ସଲ ପହଞ୍ଚି କ୍ୟାମ୍ପରେ ଶୋଇଥିବା ଶ୍ରମିକଙ୍କୁ ପ୍ରଥମେ ମାରଧର କରିଥିଲେ। ତୁରନ୍ତ କ୍ୟାମ୍ପ ଛାଡି ଚାଲିଯିବାକୁ ନିର୍ଦେଶ ଦେଇଥିଲେ। ଏହାପରେ କ୍ୟାମ୍ପକୁ ପୋଡି ଦେବା ସହ ଗାଡି ଗୁଡିକରେ ଡିଜେଲ ପକାଇ ନିଆଁ ଲଗାଇ ଦେଇଥିଲେ। ପରେ ସେଠାରୁ ଚାଲିଯାଇଥିଲେ। ଆଜି ସକାଳେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଏହି ଅଂଚଳରେ କମ୍ବିଂକୁ ଜୋରଦାର କରାଯାଇଥିବା ଏଏସପି କହିଛନ୍ତି।

ସମ୍ବନ୍ଧିତ ଖବର