ମାଲକାନଗିରି ସୀମାରେ ମାଓବାଦୀଙ୍କ ଲଙ୍କାକାଣ୍ଡ: ୫୦ ଜଣ ଯାତ୍ରୀଙ୍କୁ ଓହ୍ଲାଇ ଯାତ୍ରୀବାହୀ ବସ୍‌ରେ ଲଗାଇଲେ ନିଅାଁ

ମାଲକାନଗିରି: ଛତିଶଗଡ଼ର ବିଜାପୁର ଜିଲ୍ଲାରେ ମଙ୍ଗଳବାର ମାଓବାଦୀମାନେ ଲଙ୍କାକାଣ୍ଡ କରିଥିବା ସୂଚନା ମିଳିଛି। ବିଜାପୁର ଠାରୁ ଉସୁର ଅଭିମୁଖେ ଯାଉଥିବା ଯାତ୍ରୀବାହୀ ବସ୍‌କୁ ମାଓବାଦୀମାନେ ଗନ୍ତବ୍ୟ ସ୍ଥଳକୁ ପହଞ୍ଚିବାର ୩ କିଲୋମିଟର ପୂର୍ବରୁ ଅଟକାଇଥିଲେ। ବସ୍‌ରେ ଥିବା ୫୦ ଜଣ ଯାତ୍ରୀ ଓ ଚାଳକଙ୍କୁ ମାଓବାଦୀମାନେ ଓହ୍ଲାଇବାକୁ କହିଥିଲେ। ଏହା ପରେ ସେମାନେ ନିଅାଁ ସଂଯୋଗ କରଥିଲେ।

ବିଜାପୁର ଏସ୍‌ପି ମୋହିସ ଗର୍ଗ କହିଛନ୍ତି, ବିଜାପୁର ଠାରୁ ଉସରୁ ଯାଉଥିବା ଯାତ୍ରୀବାହୀ ବସ୍‌କୁ ନକ୍ସଲମାନେ ଆଜି ଅପରାହ୍ନ ୪ଟା ୩୦ରେ ଜଙ୍ଗଲର ଏକ ନିଛାଟିଆ ସ୍ଥାନରେ ଅଟକାଇଥିଲେ। ଏହା ପରେ ନିଅାଁ ଲଗାଇ ସେଠାରୁ ଚାଲି ଯାଇଥିଲେ। ପରେ ଯାତ୍ରୀମାନେ ଅନ୍ୟ ଉପାୟ ନପାଇ ଚାଲିଚାଲି ଯାଇଥିଲେ।

ସମ୍ବନ୍ଧିତ ଖବର