ବିବାହ ପରେ ନାବାଳିକା ଉଦ୍ଧାର

ମାଲକାନଗିରି: ସଚେତନତା ଅଭାବରୁ ମାଲକାନଗିରି ଜିଲ୍ଲାରେ ନାବାଳିକା ବିବାହ ବନ୍ଦ ହେବାର ନାମ ନେଉନାହିଁ। ବାରମ୍ବାର ଚଢାଉ କରି ନାବାଳିକାଙ୍କୁ ଉଦ୍ଧାର କରି ପରିବାର ଲୋକଙ୍କୁ ସଚେତନ କରାଯାଉଛି। ତଥାପି ଏହାର ପ୍ରଭାବ ଅଭିଭାବକଙ୍କ ଉପରେ ପଡୁନାହିଁ। ଏହିକ୍ରମରେ ଗତକାଲି ରାତିରେ ଚାଇଲ୍ଡ ଲାଇନ ଖବର ପାଇଥିଲେ ଯେ କୋରକୋଣ୍ଡା ବ୍ଲକର କାମବେଡା ପଞ୍ଚାୟତର ଏମଭି-୪୯ ଗ୍ରାମର ଜଣେ ନାବାଳିକା ଝିଅକୁ ପୁରୁଣା ଚିନ୍ତାପାଲୀ ପଞ୍ଚାୟତର ଏମଭି-୧୨୦ ଗ୍ରାମର ଜଣେ ପୁଅ ସହ ବିବାହ କରାଯାଇଛି। ଖବର ପାଇ ଚାଇଲ୍ଡ ଲାଇନ ଜିଲ୍ଲା ସଂଯୋଜିକା ଚୁମକି ବେହେରା, ସିଡିପିଓ ଅନ୍ନପୂର୍ଣ୍ଣା ବୁରୁଦାଙ୍କ ସମେତ ବାଲିମେଳା ପୁଲିସ ଏମଭି-୧୨୦ ଗ୍ରାମରେ ପହଞ୍ଚି ପୁଅ ଘରୁ ନାବାଳିକା ଝିଅକୁ ଉଦ୍ଧାର କରିଥିଲେ। ଉଦ୍ଧାର ପରେ ମାଲକାନଗିରି ଆଣି ସିଡବ୍ଲୁସିଙ୍କ ନିକଟରେ ହାଜର କରିଥିଲେ। ଏହାପରେ ନାବାଳିକାକୁ ସ୍ୱାଧାର କେନ୍ଦ୍ରକୁ ପଠାଯାଇଥିବା ଜଣାପଡିଛି। ତେବେ ଲଗାତାର କୋରକୋଣ୍ଡା ବ୍ଲକରେ ହିଁ ନାବାଳିକାଙ୍କ ବିବାହ କରାଯାଉଥିବା ନଜରକୁ ଆସିଛି। ଗତ ୪ ଦିନ ମଧ୍ୟରେ ୪ଜଣ ନାବାଳିକା ବିବାହକୁ ରୋକାଯାଇପାରିଛି।

ସମ୍ବନ୍ଧିତ ଖବର