ପିଲାଙ୍କୁ ପାଠ ପଢ଼ାଇଲେ ବିଧାୟକ

ମାଲକାନଗିରି: ଚିତ୍ରକୋଣ୍ଡା ବିଧାୟକ ଡମ୍ବରୁ ଶିଶା ଆଜି ବାଲିମେଳା ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନ କାର୍ଯ୍ୟର ତଦାରଖ କରିବା ସହ କଲେଜରେ ଛାତ୍ରଛାତ୍ରୀଙ୍କୁ ପାଠ ପଢାଇଥିବା ଦେଖିବାକୁ ମିଳିଛି । ବାଲିମେଳା ଓଏଚପିସିରେ ମରାମତି କାମର ତଦାରଖ କରିଥିଲେ। ବିଏଚଇଏଲ ତରଫରୁ ୨୯୮ କୋଟି ଟଂକା ଓଏଚପିସିର ମରାମତି କାମ ପାଇଁ ଖର୍ଚ୍ଚ କରୁଥିବା ଜଣାପଡିଛି। ବିଧାୟକ ଶିଶା ଓଏଚପିସିର ଅଧିକାରୀଙ୍କ ସହ ବିଭିନ୍ନ କାର୍ଯ୍ୟ ବୁଲି ଦେଖିଥିଲେ।

ଗସ୍ତ ଅବସରରେ ବିଧାୟକ ବାଲିମେଳା କଲେଜ ଯାଇ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରିଥିଲେ । ପ୍ରକାଶ ଥାଉକି ବିଧାୟକ ଡମ୍ବରୁ ଶିଶା ଜଣେ ଉଚ୍ଚ ଶିକ୍ଷତ ଆଦିବାସୀ ବଣ୍ଡା ଛାତ୍ର। ବର୍ତ୍ତମାନ ସେ ପିଏଚଡି କରୁଥିବା ବେଳେ ନିଜର ଅଭିଜ୍ଞତାକୁ ନେଇ ପିଲାଙ୍କ ପାଖରେ ରଖିଥିଲେ। କିପରି ଜଣେ ଭଲ ମଣିଷ ହେବା ଏବଂ ସମାଜ କାମରେ ନିଜକୁ ନିୟୋଜିତ କରିହେବ ସେ ନେଇ ବହୁ ପରାମର୍ଶ ଦେଇଥିଲେ। ଛାତ୍ରଛାତ୍ରୀ ବି ବିଧାୟକଙ୍କ ଏଭଳି ପରାମର୍ଶକୁ ଗ୍ରହଣ କରୁଥିବା ଦଖିବାକୁ ମିଳିଥିଲା। କଲେଜର ଅଧ୍ୟକ୍ଷ ସମେତ ସମସ୍ତ କର୍ମକର୍ତ୍ତା ବିଧାୟକଙ୍କ ଏହି ପାଠପଢାରେ ସହଯୋଗ କରୁଥିବା ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର