ମାଲକାନଗିରି: ବାଇକ ଦୁର୍ଘଟଣାରେ ଜଣେ ମହିଳା ମୃତ, ୫ ଆହତ

ମାଲକାନଗିରି: ଟାଉନ ଥାନା ଅନ୍ତର୍ଗତ ଗନ୍ଦିପାଲି ନିକଟରେ ଶନିବାର ଅପରାହ୍ଣରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁସାରେ ମାଲକାନଗିରିରୁ ଚାଲାନଗୁଡ଼ା ଗ୍ରାମପଞ୍ଚାୟତ ଅଭିମୁଖେ ଯାଉଥିବା ବାଇକଟି ବିପରିତ ଦିଗରୁ ଆସୁଥିବା ବାଇକକୁ ମୁହାଁମୁହିଁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ଉଭୟବାଇକରେ ବସିଥିବା ୬ଜଣ ଲୋକ ଛିଟିକି ତଳେ ପଡ଼ି ଯାଇଥିଲେ। ବାଇକରୁ ତଳେ ପଡ଼ିଯାଇଥିବା ଜଣେ ମହିଳା ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇ ଯାଇଥିବା ବେଳେ ବେଳେ ୫ଜଣ ଲୋକ ଆହତଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ବିଶେଷ ସୂତ୍ରରୁ ସୂଚନା ମିଳିବା ମାତ୍ରେ ପୁଲିସ ଘଟଣାସ୍ଥଳକୁ ପହଞ୍ଚି ଶବ ଜବତ କରିଛି। ପୋଷ୍ଟମର୍ଟମ ପାଇଁ ହସ୍ପିଟାଲ ପଠାଇ ଦେଇଛି। ରବିବାର ଶବ ବ୍ୟବଚ୍ଛେଦ ହେବ। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ରିପୋର୍ଟ ଲେଖାଯିବା ବେଳକୁ ମୃତ କିମ୍ବା ଆହତ ବ୍ୟକ୍ତିମାନଙ୍କର ପରିବାର ପକ୍ଷରୁ ଘଟଣାସ୍ଥଳକୁ କେହି ପହଞ୍ଚି ନଥିବାରୁ ସେମାନଙ୍କ ପରିଚୟ ମିଳି ପାରି ନାହିଁ।

ସମ୍ବନ୍ଧିତ ଖବର