କୁକୁଡା ଗାଲିରେ ଚଢାଉ

ମାଲକାନଗିରି: ମାଲକାନଗିରି ପୁଲିସ ତରଫରୁ ସ୍ଥାନୀୟ ପ୍ରଧାନୀଗୁଡା ଠାରେ ଅନୁଷ୍ଠିତ ହେଉଥିବା ଦୁଇଟି କୁକୁଡା ଗାଲି ଉପରେ ଏସପି ଜଗମୋହନ ମୀନାଙ୍କ ନିର୍ଦେଶକ୍ରମେ ଚଢାଉ କରାଯାଇଥିଲା। ଆଇଆଇସି ରଂଜନ କୁମାର ସାହୁଙ୍କ ନେତୃତ୍ୱରେ ଏହି ଚଢାଉ କରାଯାଇଥିଲା। ତେବେ ପୁଲିସ ଆସିବା ଜାଣି କୁକୁଡା ଗାଲିରେ ଖେଳା ଯାଉଥିବା ଜୁଆ ଖେଳ ବନ୍ଦ କରି ଜୁଆଡିମାନେ ଦୌଡି ପଳାଇଥିଲେ। କୁକୁଡା ଗାଲିରେ ବେଆଇନ ଭାବେ ବିକ୍ରି କରାଯାଉଥିବା ଦେଶୀ ମଦକୁ ପୁଲିସ ପହଞ୍ଚି ବନ୍ଦ କରିଥିଲା। ପ୍ରକାଶଥାଉକି ପ୍ରତିବର୍ଷ ଦଶହରାରେ ଆଦିବାସୀମାନେ କୁକୁଡା ଗାଲିର ଆୟୋଜନ କରିଥାନ୍ତି। ତେବେ ଏହା ସେପ୍ଟେମ୍ବର ମାସରୁ ଆରମ୍ଭ ହୋଇ ବର୍ଷ ତମାମ ଚାଲିଥାଏ। କେବଳ ବର୍ଷା ଦିନେ ଖେଳ ବନ୍ଦ ହୋଇଥାଏ। ଧାନ ଅମଳ ହେବା ପରେ ଆଦିବାସୀମାନେ ନିଜର ଧାନ ବିକ୍ରି କରି କୁକୁଡା ଗାଲିରେ ଜୁଆ ଖେଳ ଖେଳିବା ସହ ଦେଶୀ ମଦ ପିଇଥାନ୍ତି। ଏହା ଆଦିବାସୀଙ୍କ ପରଂପରା ବୋଲି କୁହାଯାଉଥିବା ତେବେ ଏହାକୁ ବନ୍ଦ ପାଇଁ ଆଗାମୀ ଦିନରେ ପଦକ୍ଷେପ ନିଆଯିବ ବୋଲି ପୁଲିସ କହିଛି। ପୁଲିସର ଏହି ପଦକ୍ଷେପକୁ ସାଧାରଣରେ ପ୍ରଶଂସା କରାଯାଇଛି।

ସମ୍ବନ୍ଧିତ ଖବର