ମାଓ କ୍ୟାମ୍ପରେ ଚଢ଼ାଉ, ବିସ୍ଫୋରକ ସାମଗ୍ରୀ ଜବତ

ମାଲକାନଗିରି: ସୀମାନ୍ତ ଛତିଶଗଡର ସୁକମା ପୁଲିସ ଏକ ମାଓ କ୍ୟାମ୍ପରେ ଚଢ଼ାଉ କରି ବହୁ ପରିମାଣର ବିସ୍ଫୋରକ ଏବଂ ବୋମା ଜବତ କରିଛି। ସୁକମା ଜିଲ୍ଲା କୁକନାର ଥାନା ଅନ୍ତର୍ଗତ ଛୋଟେ ତୋଙ୍ଗପାଲ, ଜୋଂଗେରାସ, ପୁଷଗୁନ୍ନା ଅଂଚଳରେ ଡିଆରଜି ଏବଂ ଜିଲ୍ଲା ପୋଲିସ କମ୍ବିଂ ପାଇଁ ଯାଇଥିଲେ।ଏହି ଅଞ୍ଚଳରେ ଥିବା ଏକ ମାଓ କ୍ୟାମ୍ପକୁ ଯବାନ ଘେରି ଯାଇଥିଲେ। ମାଓବାଦୀମାନେ କ୍ୟାମ୍ପରୁ ଖସିଯିବାରେ ସକ୍ଷମ ହୋଇଥିବା ବେଳେ ବହୁ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି। ଜବତ ସାମଗ୍ରୀ ମଧ୍ୟରେ ବୋମା,କୋଡେକ୍ସ ତାର,ଡିଟୋନେଟର,ଜିଲୋଟିନ ବ୍ୟାଟେରି,ଗନ୍ଧକ,ଡ୍ରମ,ଟିଫିନ ବୋମା ଇତ୍ୟାଦି ରହିଥିଲା।ସମସ୍ତ ଜିନିଷକୁ ଜିଲ୍ଲା କାର୍ଯ୍ୟାଳୟକୁ ଆଣି ରଖାଯାଇଥିବା ଜଣାପଡିଛି।

ସମ୍ବନ୍ଧିତ ଖବର