ରାମାଭରମ ଗାଁରେ ଘୂର୍ଣ୍ଣିଝଡ଼:ବ୍ୟାପକ କ୍ଷୟକ୍ଷତି

କାଲିମେଳା: କାଲିମେଳା ବ୍ଲକ ପୁଷୁଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ରାମାଭରମ ଗାଁରେ ଗତ ରବିବାର ଦିନ ଘୂର୍ଣ୍ଣିଝଡ଼ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡ଼ିଛି। ଏଥି ସହିତ ଏଥିରେ ଜଣେ ୧୨ବର୍ଷର ବାଳକ ମଧୢ ଆହାତ ହୋଇଥିବା ଜଣାପଡ଼ିଛି। ଆନ୍ଧ୍ର ସୀମାନ୍ତକୁ ଲାଗିଥିବା ଏହି ଗ୍ରାମରେ ରବିବାର ଅପରାହ୍ନ ୩ଟା ସମୟରେ ହଠାତ୍‌ ଘୂର୍ଣ୍ଣିଝଡ଼ ଯୋଗୁଁ ଅନେକ ଲୋକଙ୍କ ଘରଦ୍ବାର ଭାଙ୍ଗିଯିବା ସହିତ ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିଥିବା ଦେଖିବାକୁ ମିଳିଛି। ଉକ୍ତ ଗ୍ରାମର ସାରିଆମ କାନାଙ୍କ ୪ବଖରା ଟିଣଛପର ଘର ସ˚ପୂର୍ଣ୍ଣ ଭାଙ୍ଗିଯାଇଥିବାବେଳେ ତାଙ୍କର ଘର ଭିତରେ ଥିବା କୁଲର, ଫ୍ୟାନ, ମୋବାଇଲ ଭାଙ୍ଗିଯିବା ସହିତ ଜିନିଷପତ୍ର ପାଣିରେ ନଷ୍ଟ ହୋଇଯାଇଥିବା ଅଭିଯୋଗ ହୋଇଛି। ସେହିପରି ନରେଶ ସୋଡ଼ିଙ୍କର ୨ବଖରା, ଏସ.ବାଜାରୀଙ୍କର ୨ବଖରା, ସାଲବମ ସି˚ଗାଙ୍କର ୪ବଖରା, ସାଲବମ ମୁତାଙ୍କର ୨ବଖରା, ଗଙ୍ଗା ସୋଡ଼ିଙ୍କର ଗୋଟିଏ ବଖରା, ଜଗା ମାଡ଼କାମୀଙ୍କର ୩ବଖରା ଓ ସାଲବମ ବୁଚିଙ୍କର ୩ବଖରା ଘର ଭାଙ୍ଗିଯାଇଥିବା ଜଣାପଡ଼ିଛି। ଏହି ସମୟରେ ଘର ଭିତରେ ଥିବା ଏଙ୍କଟେଶ ସୋଡ଼ି ନାମକ ଜଣେ ୧୨ବର୍ଷର ବାଳକର ଡ଼ାହାଣ ଗୋଡ଼ରେ ଟିଣ ପଡ଼ିଯିବାରୁ ସେ ଆହାତ ହୋଇଥିବା ଜଣାପଡ଼ିଛି। ତାକୁ ତୁରନ୍ତ ମେଡ଼ିକାଲକୁ ନିଆଯାଇ ଚିକିତ୍ସା କରାଯାଇଥିଲା। ସେହିପରି ବ୍ରହ୍ମପୁରରେ ବି.ଟେକ କରୁଥିବା ଉକ୍ତ ଗ୍ରାମର ନରେଶ ସୋଡ଼ିଙ୍କର ଅନେକ ବହିମଧୢ ନଷ୍ଟ ହୋଇଯାଇଥିବାର ଜଣାପଡ଼ିଛି। ପ୍ରାୟ ଅଧିକା˚ଶ ଲୋକଙ୍କର ଧାନ, ଚାଉଳ, ଲୁଗାପଟା ସବୁ ନଷ୍ଟ ହୋଇଯାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଗ୍ରାମବାସୀ ଆରଆଇଙ୍କୁ ଅଭିଯୋଗ କରିଥିଲେ ମଧୢ ଆଜି ପର୍ଯ୍ୟନ୍ତ ସେମାନେ ଉକ୍ତ ଗ୍ରାମକୁ ଯାଇନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏ ସ˚ପର୍କରେ ମୋଟୁ ଅତିରିକ୍ତ ତହସିଲଦାରଙ୍କୁ ପଚାରିବାରୁ କୌଣସି ଖବର ନାହିଁ ବୋଲି କହିବା ସହିତ ନିଜେ ଉକ୍ତ ଗ୍ରାମକୁ ଯାଇ ଅନୁଧୢାନ କରି ପୀଡ଼ିତ ଲୋକମାନଙ୍କୁ ସରକାରୀ ସହାୟତା ପ୍ରଦାନ କରାଯିବ ବୋଲି ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର