ସୁକମାରେ ବିସ୍ଫୋରଣ: ୩ ଯବାନ ଆହତ, ଜଣେ ନକ୍ସଲ ମୃତ

ମାଲକାନଗିରି: ପଡୋଶୀ ଛତିଶଗଡ ରାଜ୍ୟ ସୁକମାର ଫୁଲବାଗଡି ନିକଟରେ ବୋମା ବିସ୍ଫୋରଣ ହେବାଫଳରେ ତିନି ଜଣ ଡିଆରଜି ଯବାନ ଗୁରୁତର ଆହତ ହୋଇଥିଲେ। ସମସ୍ତ ଆହତଙ୍କୁ ରାୟପୁର ସ୍ଥାନାନ୍ତରିତ କରାଯାଇଛି। ସମସ୍ତେ ଠିକ ରହିଥିବା ପୁଲିସ କହିଛି। ସୂଚନା ଅନୁସାରେ, ଆଜି ସକାଳେ ଡିଆରଜି ଯବାନ କୁମ୍ବିଂ ପାଇଁ ବାହାରିଥିଲେ। ଗୋଗୁଣ୍ଡା ଏବଂ ମୋଡପାରା ମଧ୍ୟରେ କୁମ୍ବିଂ ସମୟରେ ଫୁଲବାଗଡି ନିକଟରେ ଲ୍ୟାଣ୍ଡମାଇନ ବିସ୍ଫୋରଣ କରିଥିଲେ ନକ୍ସଲ। ପରେ ଯବାନ ନିଜକୁ ସୁରକ୍ଷିତ କରି ନକ୍ସଲ ଉପରେ ଗୁଳି ଚଳାଇଥିଲେ। ଏହି ଗୁଳିବିନିମୟରେ ଜଣେ ନକ୍ସଲ ମୃତ୍ୟୁବରଣ କରିଥିବା ଜଣାପଡିଛି। କିନ୍ତୁ ବୋମା ବିସ୍ଫୋରଣରେ ୩ଜଣ ଯବାନ ଆହତ ହୋଇଥିଲେ। ଘଟଣା ପରେ ଉକ୍ତ ଅଞ୍ଚଳରେ କୁମ୍ବିଂ ଅପରେସନକୁ ଜୋରଦାର କରାଯାଇଥିବା ପୁଲିସ କହିଛି।

ସମ୍ବନ୍ଧିତ ଖବର