ଦୁଷ୍କର୍ମ ମାମଲାରେ ଶିକ୍ଷକ ଗିରଫ

ମାଲକାନଗିରି: ମାଲକାନଗିରି ଜିଲ୍ଲା ମୋଟୁ ଥାନା ଅନ୍ତର୍ଗତ ଏମପିଭି-୮୧ ଗ୍ରାମର ଜଣେ ନାବାଳିକାକୁ ଏମପିଭି-୮୨ ଗ୍ରାମର ଶିକ୍ଷକ ବକୁଲ ମିର୍ଧା ଅପହରଣ କରି ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଥିଲା। ଏନେଇ ସଂପୃକ୍ତ ନାବାଳିକାଙ୍କ ମା’ ମୋଟୁ ଥାନାରେ ଏତଲା ଦେଇଥିଲେ। ଏତଲାରେ ନାବାଳିକା ସହ ଦୁଇ ଦିନ ଧରି ଦୁଷ୍କର୍ମ କରାଯାଇଥିବା ନେଇ ଉଲ୍ଲେଖ କରାଯାଇଥିଲା। ଅଭିଯୋଗ ପାଇବା ପରେ ମୋଟୁ ପୁଲିସ ଅଭିଯୁକ୍ତ ବକୁଲ ମିର୍ଧାକୁ ଗିରଫ କରି କୋର୍ଟ ଚାଲାଣ କରିଛି। ପ୍ରକାଶ ଥାଉକି ଏମପିଭି-୮୧ ଗ୍ରାମର ଜଣେ ନାବାଳିକାକୁ ଗତ ୮ ତାରିଖ ଦିନ ଏମପିଭି-୮୨ ଗ୍ରାମର ଜଣେ ଶିକ୍ଷକ ଅପହରଣ କରିବା ପରେ ବିବାହ କରିବାକୁ ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଥିଲା।

ସମ୍ବନ୍ଧିତ ଖବର