ସୀମାନ୍ତରେ ୩ ନକ୍ସଲ ଗିରଫ

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡର ସୁକମା ପୋଲିସକୁ ମିଳିଛି ବଡ ସଫଳତା। ଜିଲ୍ଲା ପୋଲିସ ତିନି ଜଣ ନକ୍ସଲକୁ ଗିରଫ କରିବାରେ ସଫଳ ହୋଇଛି। ଏମାନଙ୍କ ମଧ୍ୟରେ ଜଣେ ନକ୍ସଲକୁ ସରକାର ୮ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ। ମିଳିଥିବା ସୂଚନା ଅନୁଯାୟୀ ଜିଲ୍ଲା ପୋଲିସ କୋଙ୍ଗଡମ ଅଂଚଳକୁ କୁମ୍ବିଂକୁ ଯାଇଥିଲେ। ତେବେ ଗ୍ରାମ ନିକଟସ୍ଥ ଜଙ୍ଗଲରେ ତିନି ଜଣ ନକ୍ସଲ ଲୁଚି ରହିଥିବା ଖବର ପାଇ ଏମାନଙ୍କୁ ଘେରାବନ୍ଦୀ କରି ଧରିଥିଲେ। ଏମାନଙ୍କୁ ପଚରା ଉଚୁରା କରିବା ପରେ ନିଜର ପରିଚୟ ଦେବା ସହ ନକ୍ସଲଙ୍କ ସହ କାମ କରୁଥିବା ସ୍ୱୀକାର କରିଥିଲେ। ଗିରଫ ମାଓବାଦୀମାନେ ହେଲେ ମଡକମ ହାଡମା, ମଡକମ ଗଙ୍ଗା ଏବଂ ମଡକମ ବୁଦୁରା ବୋଲି ଜଣାପଡିଛି। ତେବେ ମଡକମ ହାଡମା ନାମରେ ସରକାର ୮ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ। ଏହି ନକ୍ସଲମାନେ ଏରାବୋରା ଏବଂ କୋଙ୍ଗଡମ ରାସ୍ତାକୁ ବୋମା ଲଗାଇ ଉଡାଇ ଦେଇଥିଲେ। ପୋଲିସ ଏମାନଙ୍କ ଠାରୁ ୨୦ ମିଟର ବିଦ୍ୟୁତ ତାର, ଡିଟୋନେଟର ଇତ୍ୟାଦି ଜବତ କରିବା ସହ ଗିରଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର