୨ ବାଇକ୍‌ ମୁହାଁମୁହିଁ, ଜଣେ ମୃତ

ମାଲକାନଗିରି: ମାଲକାନଗିରି ଥାନା ଅନ୍ତର୍ଗତ ଚାଲାଣଗୁଡା ଏବଂ ତଣ୍ଡକି ରାସ୍ତାରେ ଆଜି ସଂଧ୍ୟାରେ ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ହେବା ଫଳରେ ଜଣକର ମୃତ୍ୟୁ ହୋଇଛି। ଘଟଣା ଅନୁଯାୟୀ ମାଲକାନଗିରି ସଦର ମହକୁମାର କେ.ଆପାଲା ନାଇଡୁଙ୍କ ପୁଅ କେ.ବିଜୁ ଏବଂ ତାଂକ ବନ୍ଧୁ କୌଣସି କାମରେ ତଣ୍ଡକି ଅଂଚଳକୁ ଯାଇ ସଂଧ୍ୟାରେ ଫେରୁଥିବା ବେଳେ ଚାଲାଣଗୁଡା ପଟୁ ଆସିଥିବା ଗୋଟିଏ ବାଇକ ସହ ମୁହାଁମୁହିଁ ହୋଇଥିଲେ। ଯାହାଫଳରେ ଘଟଣା ସ୍ଥଳରେ ହିଁ ବିଜୁଙ୍କ ମୃତ୍ୟୁ ହୋଇଯାଇଥିବା ଜଣାପଡିଛି। ପୁଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ବାଇକ ଓ ବିଜୁଙ୍କ ଶବକୁ ଜବତ କରି ମେଡିକାଲ ପହଞ୍ଚାଇଥିବା ଜଣାପଡିଛି। ଏହି ଖବର ପ୍ରଚାର ହେବା ପରେ ମାଲକାନଗିରିରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର