ଦୁଇ ମୁଣ୍ଡିଆ ଶିଶୁ ଜନ୍ମ ନେଇ ଗୁଜବ

ମାଲକାନଗିରି: ମାଲକାନଗିରି ବ୍ଲକ ଶିଖପାଲ୍ଲୀ ପଞ୍ଚାୟତ ଅନ୍ତର୍ଗତ କୋଡେଲମେଟଲା ଗ୍ରାମରେ ଦୁଇ ମୁଣ୍ଡିଆ ଶିଶୁ ଜନ୍ମ ନେଇ ଗୁଜବ ହୋଇଛି। ଏହି ଘଟଣା ପ୍ରଚାର ହେବା ପରେ ସ୍ଥାନୀୟ ଅଂଚଳର ଶହ ଶହ ଲୋକ ଶିଶୁଟିକୁ ଦେଖିବା ପାଇଁ ଡାକ୍ତରଖାନାରେ ରୁଣ୍ଡ ହୋଇଥିଲେ। ଆଜି ସକାଳେ କୋଡେଲମେଟଲା ଗ୍ରାମରେ ଭୀମା କାବାସିଙ୍କ ପତ୍ନୀ ମୁକେ କାବାସୀ ଘରେ ଗୋଟିଏ ଅଜବ ଶିଶୁକୁ ଜନ୍ମ ଦେଇଥିଲେ। ଶିଶୁଟିର ମୁଣ୍ଡ ପଛପଟେ ଆଉ ଏକ ମାଂସ ପିଣ୍ଡୁଳା ଦେଖିବାକୁ ମିଳିଥିଲା। ତୁରନ୍ତ ପରିବାର ଲୋକେ ନିକଟସ୍ଥ ଏମଭି-୧୯ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ ଶିଶୁର ଚିକିତ୍ସା ପରେ ମାଲକାନଗିରି ଡାକ୍ତରଖାନାକୁ ଅଣାଯାଇଥିଲା। ତେବେ ସେଠାରୁ କୋରାପୁଟ ମେଡିକାଲ କଲେଜକୁ ପଠାଇବାକୁ ଡାକ୍ତର ପରାମର୍ଶ ଦେଇଥିଲେ। ଶିଶୁ ମୁଣ୍ଡରେ ଟ୍ୟୁମର ହୋଇଥାଇପାରେ ବୋଲି କୁହାଯାଉଛି। ଡାକ୍ତରଖାନାରେ କିନ୍ତୁ ଶିଶୁଟିର ଦୁଇଟି ମୁଣ୍ଡ ଥିବା ନେଇ ଚର୍ଚ୍ଚା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଏବେ ଶିଶୁଟି କୋରାପୁଟ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା କୁହାଯାଉଛି।

ସମ୍ବନ୍ଧିତ ଖବର