ମାଲକାନଗିରି ଗଙ୍ଗା ମାଡ଼କାମୀ ହତ୍ୟା ଘଟଣା: ୨ ମାଓବାଦୀ ଗିରଫ

ମାଲକାନଗିରି: ତିନି ଦିନ ତଳେ ତେଲେରାଇ ପଞ୍ଚାୟତର ସୁଧାକଣ୍ଟା ଗ୍ରାମର ଗଙ୍ଗା ମାଡ଼କାମୀ ହତ୍ୟାକାଣ୍ଡ ଘଟଣାରେ ମାଲକାନଗିରି ଜିଲ୍ଲାର କାଲିମେଳା ଥାନା ପୁଲିସ ୨ଜଣ ମାଓବାଦୀଙ୍କୁ ଗିରଫ କରିଛି। ମାଓବାଦୀମାନେ ପୁଲିସ ଇନଫରମର ସନ୍ଦେହରେ ଗଙ୍ଗା ମାଡ଼କାମୀଙ୍କୁ ଜୁନ ୧୯ ରାତିରେ ହତ୍ୟା କରିଥିଲେ। ଗିରଫ ହୋଇଥିବା ମାଓବାଦୀ ଦ୍ୱୟ କାଲିମେଳା ଏରିଆ କମିଟିର ସଦସ୍ୟ ବୋଲି ପୁଲିସ କହିଛି।

ସୂଚନାଯୋଗ୍ୟ ଘଟଣା ଦିନ ମାଓବାଦୀମାନେ ଦଳବାନ୍ଧି ଗଙ୍ଗା ମାଡ଼କାମୀଙ୍କ ଘରକୁ ଆସିଥିଲେ। ମାଓବାଦୀମାନେ ଗଙ୍ଗାକୁ ଡାକି ନେଇ ପ୍ରଥମେ ନିସ୍ତୁକ ପିଟିବା ପରେ ହତ୍ୟା କରିଥିଲେ। ଏତିକିରେ ମନ ଥଣ୍ଡା ନପଡ଼ିବାରୁ ସେମାନେ ଗୁଳି କରି ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ।

ପରଦିନ ଗଙ୍ଗାର ମୃତଦେହ ଜଙ୍ଗଲରୁ ଉଦ୍ଧାର ହୋଇଥିଲା। ଗଙ୍ଗାର ସାନଭାଇ ଗୁଜରା ମାଡକାମୀ ଜୁନ ୨୦ରେ କାଲିମେଳା ଥାନାରେ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ହତ୍ୟାକାରୀଙ୍କୁ ଗିରଫ କରିବା ପାଇଁ ତଦନ୍ତ କରୁଥିଲା ଓ ଶେଷରେ ଜୁନ ୨୧ରେ ସୁଧାକଣ୍ଟା ଗାଁରୁ ହତ୍ୟାକାଣ୍ଡ ସହିତ ଜଡ଼ିତ ୨ଜଣ ମାଓବାଦୀଙ୍କୁ ଗିରଫ କରିଛି।

 

ସମ୍ବନ୍ଧିତ ଖବର