ବାଲିମେଳା: ମାଲକାନଗିରି ଜିଲ୍ଲାର ବାଲିମେଳା ଛକରୁ ଓର୍କେଲ ପୁଲିସ ୨୪କିଲୋ ଗଞ୍ଜେଇ ଜବତ କରିବା ସହ ୨ଜଣ ଗଞ୍ଜେଇ ଚାଲାଣକାରୀଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୯ଟାରେ ଓର୍କେଲ ଥାନା ପିଏସ୍‌ଆଇ ସୌଭାଗ୍ୟ ପାଣି ଓ ଏଏସ୍‌ଆଇ ମଣି ଦାଢିଆ ଏକ ଟିମ୍‌ ସହ ବାଲିମେଳା ଛକ ନିକଟରେ ଯାନବାହାନ ଯାଞ୍ଚ କରୁଥିଲେ। ଏହି ସମୟରେ ଚିତ୍ରକୋଣ୍ଡା ପଟୁ ଏକ ବାଇକ୍‌(ଏପି ୦୫ଏକ୍ସ ୭୮୫୨) ମଝିରେ ଗୋଟିଏ ବସ୍ତା ରଖି ୨ଜଣ ଯୁବକ ଆସୁଥିଲେ। ସନ୍ଦେହ ହେବାରୁ ପୁଲିସ ଏହି ବାଇକ୍‌କୁ ଅଟକାଇ ଯାଞ୍ଚ କରିଥିଲା।

Advertisment

ଏହି ବସ୍ତାରେ ଗଞ୍ଜେଇ ଥିବା ଜଣାପଡିବା ପରେ ପୁଲିସ ୨ଜଣ ଯୁବକଙ୍କୁ ଗିରଫ କରିଥିଲା। ପରେ ପୁଲିସ ଗଞ୍ଜେଇକୁ ଜବତ କରିବା ସହ ଅଭିଯୁକ୍ତଙ୍କୁ ଥାନାକୁ ଆଣିଥିଲା। ଆଜି ଜବତ ଗଞ୍ଜେଇ ଓଜନ କରାଯିବା ପରେ ୨୪କିଲୋ ୩୫୦ ଗ୍ରାମ ବୋଲି ଜଣାପଡିଛି। ଏନେଇ ପୁଲିସ ଏକ ମାମଲା ରୁଜୁ କରି ଗିରଫ କୋରୁକୋଣ୍ଡା ବ୍ଲକ ଏମଭି-୩୩ ଗ୍ରାମର ଦୀପକ ମଣ୍ଡଲ ଓ ଆଶିଷ ବର୍ମନଙ୍କୁ କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ସୁମିତ୍ରା ଜେନା ସୂଚନା ଦେଇଛନ୍ତି। ଆନ୍ଧ୍ରପ୍ରଦେଶର ଦାରକୋଣ୍ଡା ଅଞ୍ଚଳରୁ ଛତିଶଗଡ ଅଞ୍ଚଳକୁ ଏହି ଗଞ୍ଜେଇ ଚାଲାଣ ହେଉଥିବା ତଦନ୍ତକାରୀ ଅଧିକାରୀ ଏସ୍‌ଆଇ ରବିନାରାୟଣ ବେହେରା ସୂଚନା ଦେଇଛନ୍ତି।