ମାଲକାନଗିରି ଜିଲ୍ଲାର ଓର୍କେଲ ଥାନା ଅନ୍ତର୍ଗତ ଆପନମାଲା ଗାଁରେ ସ୍ତ୍ରୀର ଛୁରା ମାଡ଼ରେ ସ୍ୱାମୀଙ୍କ ମୃତ୍ୟୁ

ମାଲକାନଗିରି : ମାଲକାନଗିରି ଜିଲ୍ଲାର ଓର୍କେଲ ଥାନା ଅନ୍ତର୍ଗତ ଆପନମାଲା ଗାଁରେ ସ୍ତ୍ରୀର ଛୁରା ମାଡ଼ରେ ସ୍ବାମୀଙ୍କ ମୃତ୍ୟୁ ହୋଇଛି। ଆପନମାଲା ଗାଁରେ ଆନ୍ତୁ ମୁଦୁଲି ଏବଂ ଚନ୍ଦ୍ରମା ମୁଦୁଲି ବାସ କରନ୍ତି। ତେବେ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ପ୍ରାୟ ସମୟରେ ଝଗଡ଼ା ଲାଗି ରହିଥାଏ। ଏହି ଝଗଡ଼ା ଗତକାଲି ରାତିରେ ଉଗ୍ରରୂପ ନେଇଥିଲା। କୌଣସି କାରଣକୁ ନେଇ ସ୍ବାମୀ ଆନ୍ତୁ ଏବଂ ଚନ୍ଦ୍ରମା ମଧ୍ୟରେ ଝଗଡ଼ା ହୋଇଥିଲା। ଝଗଡ଼ା ସମୟରେ ଦୁହେଁ ଦୁହିଁକୁ ମାରଧର କରିଥିଲେ। ତେବେ ସ୍ତ୍ରୀ ଚନ୍ଦ୍ରମା ପାଖରେ ଥିବା ଏକ ଛୁରିରେ ସ୍ବାମୀଙ୍କ ପେଟରେ ଭୁସି ଦେଇଥିଲା। ଯାହାଫଳରେ ଘଟଣା ସ୍ଥଳରେ ହିଁ ଆନ୍ତୁର ମୃତ୍ୟୁ ହୋଇ ଯାଇଥିଲା। ବାଲିମେଳା ପୁଲିସ ଘଟଣାସ୍ଥଳରେ ପହଞ୍ଚି ସ୍ତ୍ରୀ ଚନ୍ଦ୍ରମାକୁ ଅଟକ ରଖିବା ସହ ପଚରାଉଚରା କରୁଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର