ବାଲେଶ୍ୱର: ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ , ଯୁବକ ଗିରଫ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଅନ୍ତର୍ଗତ କସବା ଜୟପୁର ଗ୍ରାମର ଜଣେ ୯ମ ଶ୍ରେଣୀ ଛାତ୍ରୀ ଟ୍ୟୁସନ ସାରି ଘରକୁ ଫେରୁଥିବା ବେଳେ ମନ୍ଦିର ପାଖରେ ବସି ମଦ ପିଉଥିବା ୩ ଜଣ ଯୁବକ ତାଙ୍କୁ ଦୁଷ୍କର୍ମ କରିଛନ୍ତି। ଏ ସମ୍ପର୍କରେ ଛାତ୍ରୀଜଣକ ତାଙ୍କ ମାଙ୍କୁ କହିବା ପରେ ତାଙ୍କ ମା ଆସି ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଭିତ୍ତିରେ ପୁଲିସ ଏକ ମାମଲା ରୁଜୁକରି ଦୁଷ୍କର୍ମ ଅଭିଯୂକ୍ତ ଉମାଶଙ୍କର ଚୌଧୁରୀଙ୍କୁ ଗିରଫ କରିଛି।ଅନ୍ୟ ଦୁଇଜଣ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି। ଆଜି ସକାଳେ ସମ୍ପୃକ୍ତ ନାବାଳିକା ଛାତ୍ରୀଙ୍କର ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରୀ ମାଇନା କରାଯାଇଛି। ଏହି ମାମଲାର ତଦନ୍ତ ଦାୟିତ୍ୱ ବାଲେଶ୍ୱର ସଦର ଥାନା ସବ୍‌ ଇନସପେକ୍ଟର ମନ୍ଦାକିନି ମହାନ୍ତଙ୍କୁ ଦିଆଯାଇଛି।

ସମ୍ବନ୍ଧିତ ଖବର