ଶାରୀରିକ ସମ୍ପର୍କ ରଖି ନପାରି ଝିଅ ସହିତ ବନ୍ଧୁପତ୍ନୀଙ୍କୁ ହତ୍ୟା କରିଥିଲା ଯୁବକ

ସୁନ୍ଦରଗଡ଼: ବନ୍ଧୁ ପତ୍ନୀଙ୍କ ସହିତ ଶାରିରିକ ସମ୍ପର୍କ ରଖିବାରେ ବିଫଳ ହୋଇ ଜଣେ ଉଦ୍‌ଭ୍ରାନ୍ତ ଯୁବକ ବନ୍ଧୁ ପତ୍ନୀ ଓ ତାଙ୍କ ୬ ବର୍ଷର ଶିଶୁ କନ୍ୟାଙ୍କୁ ତଣ୍ଟି ଚିପି ହତ୍ୟା କରିବା ପରି ଘଟଣା ସମଗ୍ର ସୁନ୍ଦରଗଡ଼ ଜିଲ୍ଲାରେ ଚାଞ୍ଜଲ୍ୟ ସୃଷ୍ଟି କରିଛି। ପୁଲିସ ଅଭିଯୁକ୍ତ ଯୁବକକୁ ଗିରଫ କରିବା ପରେ ଘଟଣା ପଦାକୁ ଆସିଛି।


ସୂଚନାଯୋଗ୍ୟ ଯେ ଗତକାଲି ସୁନ୍ଦରଗଡ଼ ଜିଲ୍ଲା ମସିଣା ଢ଼ିପା ଗ୍ରାମର ଟକ୍‌ ଡ୍ରାଇଭର ପାଟ୍ରିକ୍‌ ମିଞ୍ଜଙ୍କ ପତ୍ନୀ ନନ୍ଦିଆ ମିଞ୍ଜ ( ୨୬ ବର୍ଷ) ଓ ୬ ବର୍ଷର ଝିଅ ସ୍ମୃତି ମିଞ୍ଜଙ୍କ ମୃତଦେହ ଘର ଭିତରୁ ଉଦ୍ଧାର କରା ଯାଇଥିଲା। ପାଟ୍ରିକ୍‌ ଡ୍ୟୁଟିରେ ଥିବା ବେଳେ ମାଆ ଓ ଭଉଣିର ମୃତଦେହ ପାଖରେ ୧ ବର୍ଷର ଶିଶୁ ପୁତ୍ର ଗୁରୁତର ଅବସ୍ଥାରେ ପଡ଼ିଥିବା ଦେଖି ପୁଲିସ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ତେବେ ଏହି ଘଟଣା ନେଇ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇବା ପରେ ପୁଲିସ ତଦନ୍ତ ପ୍ରକ୍ରିୟାକୁ ଯୋର ଦାର କରିଥିଲା ତେବେ କେତେକ ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଡିସେମ୍ବର ୨୫ ତାରିଖ ରାତିରେ ପଡୋଶୀଙ୍କ ଘରେ ଖ୍ରୀଷ୍ଟ ମାସ ଉତ୍ସବ ପାଳନ କରି ନନ୍ଦିଆ ଘରକୁ ଫେରିଥିଲେ। ମାତ୍ର ସେହି ସମୟରେ ପ୍ୟାଟ୍ରିକଙ୍କ ବନ୍ଧୁ ଟ୍ରକ୍‌ ଡ୍ରାଇଭର ତଥା ଝାଡ଼ଖଣ୍ଡ ପଶ୍ଚିମ ସିଂହଭୂମି ରେଡା ଗାଁର ସଲିଲ ଭେଙ୍ଗ୍ରା ନନ୍ଦିଆଙ୍କ ଘର ପାଖରେ ରାତି ୯ଟାରୁ ୧୦ଟା ମଧ୍ୟାରେ ବୁଲା ବୁଲି କରୁ ଥିବା ଲୋକେ ପୁଲିସକୁ ସୂଚନା ଦେଇଥିଲେ।

ଏହି ସୂଚନା ଆଧାରରେ ପୁଲିସ ସଲିଲକୁ ଥାନାରେ ଅଟକ ରଖି ପଚରା ଉଚରା କରିଥିଲା। ପଚରା ଉଚରା ବେଳେ ସଲିଲ ପୁଲିସକୁ କହିଥିଲା ଯେ, ଘଟଣା ଦିନ ରାତି ପ୍ରାୟ ୯ଟା ବେଳେ ସଲୀଲ ପ୍ୟାଟ୍ରିକ୍‌ଙ୍କୁ ଫୋନ କରିଥିଲା। ପ୍ୟାଟ୍ରିକ୍‌୍‌ ଡ୍ୟୁଟିରେ ଥିବା କହିବା ରେ ସଲୀଲ ପ୍ୟାଟ୍ରିକ୍‌୍‌ଙ୍କ ସ୍ତ୍ରୀ ସହିତ ଅନୈତିକ ସମ୍ପର୍କ ସ୍ଥାପନ ପାଇଁ ତାଙ୍କ ଘରକୁ ଯାଇଥିଲା। ରାତ୍‌ି ପ୍ରାୟ ୧୧ଟା ବେଳେ ସଲିଲ ନନ୍ଦିଆଙ୍କ ଘର ପାଖରେ ପହଞ୍ଚିଥିଲା। କବାଟ ବାଡେଇବାରୁ ନନ୍ଦିଆ କବାଟ ଖୋଲିଥିଲେ। ଘର ଦୁଆର ମୁହଁରେ ସଲିଲକୁ ଦେଖି ନନ୍ଦିଆ ଆସିବାର କାରଣ ପଚାରିବାରୁ ସଲୀଲ ତାଙ୍କୁ ପ୍ରେମ ନିବେଦନ କରିଥିଲା। ମାତ୍ର ଏହାକୁ ନନ୍ଦିଆ ବିରୋଧ କରିବାରୁ ଊତ୍ତ୍ୟକ୍ତ ସଲିଲ ନନ୍ଦିଆଙ୍କୁ ସେହିି ଠାରେ ତଣ୍ଟି ଚିପି ହତ୍ୟା କରିଥିଲା। ନନ୍ଦିଆଙ୍କୁ ହତ୍ୟା କରିବା ପରେ ତାଙ୍କ ମୃତ ଦେହକୁ ଘର ଭିତରକୁ ନେଇ ବିଛଣାରେ ରଖୁଥିବା ବେଳେ ଝିଅ ସ୍ମୃତି ଉଠିପଡ଼ି ସଲିଲକୁ ଦେଖି ଦେଇଥିଲା। ତେଣୁ ପ୍ରମାଣ ନଷ୍ଟ ପାଇଁ ସଲିଲ ସ୍ମୃତିଙ୍କ ତଣ୍ଟି ଚିପି ମଧ୍ୟ ହତ୍ୟା କରିଥିଲା। ବର୍ଷକର ପୁଅକୁ ଆଘାତ ଦେଇ ସଲିଲ ତା ଘରକୁ ଚାଲି ଆସିଥିଲା ବୋଲି ସଲିଲ ପୁଲିସ ନିକଟରେ ସ୍ୱୀକାର କରିଛି। ପୁଲିସ ସଲିଲଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର