ଦୁଷ୍କର୍ମ କରି ନ ପାରି ଯୁବତୀଙ୍କ ମୁହଁରେ ପଥର ଛେଚିଦେଲା ଯୁବକ

ବଲାଙ୍ଗୀର: ଆଜି ସକାଳେ ବଲାଙ୍ଗୀର ଜିଲ୍ଲା ବେଲପଡ଼ା ଥାନା ଅନ୍ତର୍ଗତ ଯୁବ ଗ୍ରାମର ଜଣେ ୨୦ ବର୍ଷୀୟା ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ ହୋଇଛି। ମାତ୍ର ଯୁବତୀଙ୍କ ବିରୋଧ ଯୋର୍ଗୁ ଦୁଷ୍କର୍ମ କରିବାରେ ବିଫଳ ହୋଇଥିିବା ଅଭିଯୁକ୍ତ ଯୁବକ ଜଣକ ଏକ ପଥରରେ ଯୁବତୀଙ୍କ ମୁହଁକୁ ଛେଚି ଦେଇଛି। ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ପାଟଣାଗଡ଼ ଡାକ୍ତରଖାନାରେ ଭର୍ତ୍ତୀ କରାଯାଇଛି।
ଦୁଷ୍କର୍ମରୁ ରକ୍ଷା ପାଇଯାଇଥିବା ଯୁବତୀ ଜଣକ ପାଟଣାଗଡ଼ ଡାକ୍ତରଖାନାରେ ଭର୍ତ୍ତି ହେବା ପରେ କହିଛନ୍ତି ଯେ ସେ ଶୌଚ ହେବା ପାଇଁ ବିଲ ଆଡକୁ ଯାଉଥିବା ବେଳେ ସେହି ଗ୍ରାମର ଅଶୋକ ତାଣ୍ଡି ନାମକ ଜଣେ ଯୁବକ ତାଙ୍କୁ ଦୁଷ୍କର୍ମ କରିବା ପାଇଁ ଟଣା ଓଟାର କରିଥିଲେ। ମାତ୍ର ଯୁବତୀଙ୍କ ପ୍ରବଳ ପ୍ରତିରୋଧ ଯୋଗୁଁ ସେ ତାଙ୍କ ଘୃଣ୍ୟ ଉଦ୍ୟମରେ ସଫଳ ହୋଇ ପାରି ନ ଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ନିକଟରେ ପଡ଼ିଥିବା ଏକ ପଥରରେ ଯୁବତୀଙ୍କ ମୁହଁକୁ ଶ୍ରୀ ତାଣ୍ଡି ଛେଚି ଦେଇ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ। ଯୁବତୀଙ୍କ ଚିତ୍କାର ଶୁଣି ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନରାରେ ଭର୍ତ୍ତି କରିଛନ୍ତି।

ସମ୍ବନ୍ଧିତ ଖବର