ବାରିପଦା: ବଡ଼ଭାଇ, ପୁତୁରାଙ୍କ ଠେଙ୍ଗାମାଡ଼ରେ ସାନଭାଇ ମୃତ

ବାରିପଦା/ ରାଇରଙ୍ଗପୁର: ଆଜି ସକାଳେ ଜମିବାଡ଼ି ମାଲିକାନାକୁ ନେଇ ଥିବା ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମୟୂରଭଞ୍ଜ ଜିଲ୍ଲା ଗୋରୁମହିଷାଣୀ ଥାନା ଅଞ୍ଚଳରେ ଏକ ହତ୍ୟାକାଣ୍ଡ ଘଟିଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇଛି।
ମିଳିଥିବା ସୂଚନା ଅନୁଯାୟୀ, ମୟୂରଭଞ୍ଜ ଜିଲ୍ଲା ଗୋରୁମହିଷାଣୀ ଥାନା ଡଙ୍ଗାପାଣି ଗ୍ରାମର ଦୁଇ ଭାଇ କୁଆଁର ନାୟକ(୫୫ ବର୍ଷ) ଓ ଗୁମଦି ନାୟକ(୫୦ ବଷଁ)ଙ୍କ ମଧ୍ୟରେ ଜମିବାଡ଼ି ମାମଲାକୁ ନେଇ ଗତ କିଛି ଦିନ ହେବ ବିବାଦ ଲାଗି ରହିଥିଲା। ତେବେ ଆଜି ସକାଳେ ଏହି ଘଟଣାକୁ ନେଇ ପାଟିତୁଣ୍ଡ ହେବାରୁ କୁଆଁର ନାୟକ ଓ ତାଙ୍କ ପୁଅ ଘନ ନାୟକ(୨୫ ବର୍ଷ)ମିଳିତ ଭାବେ ଗୁମୁଦଙ୍କୁ ଆକ୍ରମଣ କରିବା ସହିତ ଠେଙ୍ଗାରେ ପିଟିପିଟି ଗୁମଦି ନାୟକଙ୍କୁ ହତ୍ୟା କରିଛନ୍ତି। ଖବର ପାଇ ଗୋରୁମହିଷାଣୀ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହିତ ଏ ନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର