ବରଗଡ଼: ଯୁବକଙ୍କ ବେକକୁ ହାଣି ହତ୍ୟା

ବରଗଡ଼: ବରଗଡ଼ ସହର ଉପକଣ୍ଠସ୍ଥ  ଟାଉନ୍‌ ଥାନା ଅନ୍ତର୍ଗତ ଡାଙ୍ଗ ନଦୀପଡ଼ା ଗାଁରେ ରହୁଥିବା  କାହ୍ନ ମେହେର( ୨୬ ବର୍ଷ) ନାମକ ଜଣେ ଯୁବକଙ୍କୁ ତେତେକ ଦୂର୍ବୃତ୍ତ ହତ୍ୟା କରି ଫିଙ୍ଗି ଦେଇଛନ୍ତିି। ଆଜି ସକାଳେ ତାଙ୍କ ଘର ଠାରୁ ମାତ୍ର ୧୦୦ ମିଟର ଦୂରରେ କାହ୍ନଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ପଡ଼ିଥିବା ଲୋକେ ଦେଖିବା ପରେ  ପରିବାର  ଓ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ମିଳିଥିବା ସୂଚନା ଅନୁଯାୟୀ, ସୋନପୁର  ଜିଲ୍ଲା ତରଭା ଅଞ୍ଚଳର ମୂଳବାସିନ୍ଦା କାହ୍ନ ମେହେର ଗତ କିଛି ବର୍ଷ ହେବ ବରଗଡ଼ ସହର ଉପକଣ୍ଠରେ ଥିବା ଡାଙ୍ଗ ନଦୀପଡ଼ାରେ ରହିବା ସହିତ ରିକ୍ସା ଚଳାଇ ଗୁଜୁରାଣ ମେଣ୍ଟାଉ ଥିଲେ। ତେବେ ଗତକାଲି ରାତିରେ କାହ୍ନ ଘରକୁ ଫେରି ନ ଥିଲେ। ଆଜି ତାଙ୍କ ରକ୍ତାକ୍ତ ମୃତଦେହ ଘର ଠାରୁ ମାତ୍ର ୧୦୦ ମିଟର ଦୂରରେ ପଡ଼ିଥିବା ଲୋକେ ଦେଖିଥିଲେ। କାହ୍ନଙ୍କ ବେକକୁ କେହି ଟାଙ୍ଗିଆ କିମ୍ବା ଅନ୍ୟ କୌଣସି ଧାରୁଆ ଅସ୍ତ୍ରରେ  ଚୋଟ ପକାଇଥିବା ସହିତ ତାଙ୍କ ମୁହଁକୁ ମଧ୍ୟ ଛେଚି ଦେଇଥିବା  ଦେଖିବାକୁ ମିଳିଛି। ଖବରପାଇ ବରଗଡ଼ ଟାଉନ୍‌ ଥାନା ପୁଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ସମ୍ବନ୍ଧିତ ଖବର