ବାରିପଦା: ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ୍ ଅନ୍ତର୍ଗତ ଚିତ୍ରଡ଼ା ଫାଣ୍ଡିଗଡ଼ିଗାଁ ପଞ୍ଚାତର ଫୁଲବାଡ଼ିଆ ପ୍ରଧାନମନ୍ତ୍ରୀ ସଡକରେ ଆଜି ସକାଳେ ଜଣେ ଚାଷୀଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଠାବ କରାଯାଇଛି। ମୃତ ଚାଷୀ ହେଉଛନ୍ତି କୃଷ୍ଣଚନ୍ଦ୍ର ମହାନ୍ତ(୬୦ ବର୍ଷ)। କୃଷ୍ଣଚନ୍ଦ୍ରଙ୍କୁ ଜଣେ ଲୋଧା ବ୍ୟକ୍ତି କଥାହେବା ପାଇଁ ଡାକି ହତ୍ୟା କରିଥିବା ନେଇ ଅଞ୍ଚଳରେ ଚର୍ଚ୍ଚା ହେଉଛି।
ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ସାଢ଼େ ୭ଟା ବେଳେ କୃଷ୍ଣଚନ୍ଦ୍ର ମହାନ୍ତି ଅନ୍ୟ ଚାଷୀମାନଙ୍କ ପରି ନିଜ ଜମିରେ ଚାଷ କାର୍ଯ୍ୟରେ ବ୍ୟସ୍ତ ଥିଲେ। ଏହି ସମୟରେ ତାଙ୍କୁ ଦୂରରୁ ଜଣେ ବ୍ୟକ୍ତି ଡାକିିଥିଲେ। ପାଖକୁ କୃଷ୍ଣଚନ୍ଦ୍ର ଯିବାରୁ ଉଭୟ କିଛି ସମୟ କଥାବାର୍ତ୍ତା ହେଉଥିବା ଲୋକେ ଦୂରରୁ ଦେଖିଥିଲେ। ତେବେ କିଛି ସମୟ ପରେ କୃଷ୍ଣଚନ୍ଦ୍ରଙ୍କ ସହିତ କଥା ହେଉଥିବା ବ୍ୟକ୍ତିଜଣକ କୃଷ୍ଣଚନ୍ଦ୍ରଙ୍କୁ ଏକ ଧାରୁଆ ଅସ୍ତ୍ରରେ ଅତି ନିର୍ମମ ଭାବେ ହାଣି ଦେଇ ଫେରାର ହୋଇ ଯାଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ କୃଷ୍ଣଚନ୍ଦ୍ରଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ହତ୍ୟାକାଣ୍ଡ ଘଟାଇଥିବା ବ୍ୟକ୍ତି ଜଣଙ୍କୁ ଦୂରରେ ଥିବା ଲୋକେ ଚିହ୍ନି ପାରି ନାହାଁନ୍ତି ବୋଲି ପୁଲିସକୁ କହିଛନ୍ତି। ତେବେ ସେ ଜଣେ ଲୋଧା ସମ୍ପ୍ରଦାୟର ବ୍ୟକ୍ତି ବୋଲିି ପୁଲିସ କହିଛି।
ବାରିପଦା: ଡାକିଲା, କଥା ହେଲା, ହାଣି ଦେଲା
/sambad/media/post_attachments/wp-content/uploads/2018/08/baripada.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)