ଯାଜପୁର: ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିଲା ପ୍ରେମିକ, ଘର ଛାଡ଼ି ଆସିବା ପରେ ଧୋକା ଖାଇଲା ପ୍ରେମିକା

ଯାଜପୁର: ଯାଜପୁର ଜିଲ୍ଲାରେ ବିବାହ ପ୍ରତିଶ୍ରୁତି ଦେଇ ପ୍ରେମିକା ସହ ଶାରୀରିକ ସମ୍ପର୍କ ରଖିବା ପରେ ପ୍ରେମିକ ଧୋକା ଦେଇଥିବା ନେଇ ଘଟଣା ସାମ୍ନାକୁ ଆସିଛି। ବୁଧବାର ନ୍ୟାୟ ପାଇଁ ଯୁବତୀ ଥାନାରେ ପହଞ୍ଚିଛନ୍ତି ।

ଏଭଳି ଏକ ଘଟଣା ଯୋଜପୁର ଜିଲ୍ଲାରେ ଦେଖିବାକୁ ମିଳିଛି। ବିବାହର ପ୍ରତିଶ୍ରୁତି ଦେଇ ଜଣେ ପ୍ରେମିକ ନିଜ ପ୍ରେମିକାକୁ ପ୍ରତାରଣା କରିଛି । ଏପରିକି ବିବାହର ପ୍ରତିଶ୍ରୁତି ଦେଇ ତାଙ୍କ ସହ ଶାରିରୀକ ସମ୍ପର୍କ ମଧ୍ୟ ରଖିଥିଲା ସମ୍ପୃକ୍ତ ପ୍ରେମିକ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସାରା ଜୀବନ ସାଥି ହୋଇ ଚାଲିବାକୁ କଥା ଦେଇଥିବା ପ୍ରେମିକ ଶେଷରେ ଯୁବତୀଙ୍କ ସହ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓକୁ ମୋବାଇଲରେ ରେକର୍ଡିଂ କରି ବ୍ଲାକମେଲିଂ କରୁଛି। ପ୍ରେମିକା ଜଣକ ବିବାହ କରିବାକୁ ଦାବି କଲେ ଭିଡିଓ ଭାଇରାଲ କରିବାର ଧମକ ଦେଉଛି ଅଭିଯୁକ୍ତ ପ୍ରେମିକ ଦେବଦତ ଜେନା । ଯାହାଙ୍କ ଘର ଯାଜପୁର ଚଣ୍ଡିଖୋଲ ଅଞ୍ଚଳରେ ବୋଲି ଜଣାପଡ଼ିଛି।

ଭୁବନେଶ୍ୱରରେ ରହୁଥିବା ଦେବଦତ, ପ୍ରେମିକାକୁ ଧୋକ୍କା ଦେଇ ଅନ୍ୟତ୍ର ବିବାହ କରିବା ପାଇଁ ପ୍ରସ୍ତୁତି କରୁଛନ୍ତି । ତେବେ ଏ ସମ୍ପର୍କରେ ଜାଣିବା ପରେ ପୀଡିତା ଜଣକ ମାନବାଧିକାର କର୍ମୀଙ୍କ ସହଯୋଗରେ ନ୍ୟାୟ ପାଇଁ ଯାଜପୁର ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି ।

ଏହି ଘଟଣା ପରେ ପୀଡିତା କହିଛନ୍ତି ଯେ, ସମ୍ପୃକ୍ତ ପ୍ରେମିକଙ୍କ ପାଇଁ ସେ ସମସ୍ତଙ୍କୁ ଛାଡିକି ଆସିଥିଲେ, ଏବେ ତାଙ୍କ ପାଖରେ କେହି ନାହାନ୍ତି । ସେ ଯେଉଁ ଭରସା ନେଇ ତାଙ୍କ ପ୍ରେମିକ ପାଖକୁ ଆସିଥିଲେ, ଏବେ ଶେଷ ମୁହୂର୍ତ୍ତରେ ପ୍ରେମିକଜଣକ ତାଙ୍କ ହାତ ଛାଡି ଦେଇଛନ୍ତି। ପୁଲିସ ଯୁବତୀଙ୍କ ଅଭିଯୋଗକୁ ଭିତ୍ତିି କରି ଏକ ମାମଲା ରୁଜୁ କରିଛି । ବଡଚଣା ଥାନା ଅଧିକାରୀ ଓ ଯାଜପୁର ରୋଡ ଏସଡିପିଓ ଏହି ଘଟଣା ତଦନ୍ତ କରୁଛନ୍ତି ।

ସମ୍ବନ୍ଧିତ ଖବର