ବେକରେ ଲୁଙ୍ଗି ଲଗାଇ ଯୁବକଙ୍କ ଆତ୍ମହତ୍ୟା

ବିନିକା: ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ମହାଦେବପାଲି ପାଣ୍ଡିର ସେଲେଡି ଗ୍ରୀଡ ସମ୍ମୁଖରେ ଥିବା ଜଙ୍ଗଲରେ ଜଣେ ଯୁବକ ବେକରେ ଲୁଙ୍ଗି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ସେହି ରାସ୍ତା ଦେଇ ଯାଉଥିବା ଲୋକେ ଯୁବକଙ୍କ ଝୁଲନ୍ତା ମୃତଦେହ ଦେଖି ପୁଲିସକୁ ସୂଚନା ଦେଇଥିଲେ । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି ।

ମହାଦେବପାଲି ପାଣ୍ଡି ଅଧିକାରୀ ବସନ୍ତ କୁମାର ରଥ କହିଛନ୍ତି, ଯୁବକ ଜଣକ ହେଲେ ସେଲେଡି କୋହ୍ଲପଡାର ଉମାକାନ୍ତ ଡାଙ୍ଗ । ତେବେ କେଉଁ କାରଣରୁ ସେ ଆତ୍ମହତ୍ୟା କରିଛନ୍ତି, ତାହା ତଦନ୍ତ ପରେ ଜଣାପଡ଼ିବ । ପୁଲିସ ଘଟଣାସ୍ଥଳରେ ପଡ଼ିଥିବା ସାଇକେଲ ମଧ୍ୟ ଜବତ କରିଛି ।

ସମ୍ବନ୍ଧିତ ଖବର